କାଞ୍ଚିବିଜୟ ଅବତାର ଦର୍ଶନ ପାଇଁ ପାରଳା ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଦକ୍ଷିଣ ଓଡ଼ିଶାର ଲୋକପ୍ରିୟ ପାରଳାଖେମୁଣ୍ଡି ରଥଯାତ୍ରାରେ ମହାପ୍ରଭୁଙ୍କ ଆଜିର କାଞ୍ଚିବିଜୟ ଅବତାର ଦର୍ଶନ ପାଇଁ ଗୁଣ୍ଡିଚା ମନ୍ଦିର ଠାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଦେଖା ଦେଇଛି. ପାରଳା ଗୁଣ୍ଡିଚା ମନ୍ଦିର ଠାରେ ଶ୍ରୀବଳଭଦ୍ରଙ୍କୁ କଳା ଘୋଢାରେ ଏବଂ ଶ୍ରୀଜଗନ୍ନାଥଙ୍କୁ ଧଳା ଘୋଢାରେ କାଞ୍ଚିବିଜୟ ଅବତାରରେ ଅତ୍ୟନ୍ତ ସୁନ୍ଦର ଭାବେ ସଜ୍ଜିତ କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି. ଭଗବାନଙ୍କ ପଞ୍ଚମ ଓ ଶେଷ ଅବତାରର କାଞ୍ଚିବିଜୟ ଅବତାର ଦର୍ଶନ ପାଇଁ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏବଂ ପଡୋଶୀ ଆନ୍ଧ୍ରପ୍ରଦେଶ ଓ ରାୟଗଡା ଜିଲ୍ଲାରୁ ହଜାର ହଜାର ଭକ୍ତ ପାରଳା ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଠାକୁରଙ୍କ ଦେବଦୁଲ୍ଲଭ ଅବତାର ଦର୍ଶନ କରି ଦ୍ବୀପ, ଧୂପ ପ୍ରଦାନ କରି ପୂଜାପାଠ କରିବା ଲକ୍ଷ୍ୟ କରାଯାଇଛି. ଜିଲ୍ଲା ପ୍ରଶାସନ ଓ ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ପାଳନ ଓ ଭକ୍ତଙ୍କ ଦର୍ଶନ ପାଇଁ ସମସ୍ତ ସୁବ୍ୟବସ୍ଥା ଗ୍ରହଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ