ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ

କଟକ, (ଓ୍ବାଇଏନଏସ): ଉପନିବନ୍ଧକ ସମବାୟ ସମିତି ସମୂହ, କଟକ ଓ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଆନୁକୂଲ୍ୟରେ “ସମବାୟ ମଧ୍ୟରେ ସମନ୍ବୟ”(Cooperation among Cooperatives) କାର୍ଯ୍ୟକ୍ରମ ଅଧୀନରେ ଦୁଗ୍ଧ ସମବାୟ ସମିତି କୁ “ମାଇକ୍ରୋ ଏଟିଏମ୍” ଓ ଦୁଗ୍ଧ ସମବାୟ ସମିତି ସଭ୍ୟମାନଙ୍କର ନୂତନ ବ୍ଯାଙ୍କ ଖାତା ଖୋଲିବା କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସଦଭାବନା ସଭାଗୃହଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ କଟକ ସଦର ଇଂ. ପ୍ରକାଶ ଚନ୍ଦ୍ର ସେଠୀ, ସଭାପତିତ୍ଵ କରି ଦେଶ ଦ୍ବିତୀୟ ଶ୍ଵେତ ବିପ୍ଲବ ଦିଗରେ ଅଗ୍ରସର ହେଉଥିବା କହିଥିଲେ । ସମବାୟ କ୍ଷେତ୍ରକୁ ସମୃଦ୍ଧ କରିବା ନିମନ୍ତେ ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । ଚାଷୀଙ୍କ ଆୟ ବୃଦ୍ଧି ଓ ସେମାନଙ୍କୁ ଆତ୍ମନିର୍ଭର କରିବାକୁ ପ୍ରାଧାନ୍ୟ ଦିଆଯାଉଛି । ସଭାରେ ଅତିରିକ୍ତ ଜିଲ୍ଲାପାଳ ଡଃ ଈପ୍ସିତା ପ୍ରିୟଦର୍ଶିନୀ ମିଶ୍ର ମୁଖ୍ୟ ମହାପ୍ରବନ୍ଧକ, ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଶ୍ରୀ ରୁଦ୍ର ପ୍ରସାଦ ଦାସ, ଉପନିବନ୍ଧକ ସମବାୟ ସମିତି ସମୂହ, କଟକ ବିଭାଜନ ସୁଶ୍ରୀ ସୁପ୍ରିୟା ସ୍ବାଇଁ, ଅତିରିକ୍ତ ନିର୍ଦେଶକ ପ୍ରାଣୀ ସମ୍ପଦ, ଶ୍ରୀ ଗିରିଧାରୀ ଭୋଇ, ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ନାୟକ, ଉପ ପରିଚାଳକ, ଓମ୍ଫେଡ, ଶ୍ରୀ ବିଶ୍ଵରଞ୍ଜନ ତ୍ରିପାଠୀ, ସଭାପତି, ବାଙ୍କୀ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଶ୍ରୀ ସୁବାସ ପାଢୀ ଓ ବାଙ୍କୀ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଶ୍ରୀ କରୁଣାକର ସାହୁ ପ୍ରମୁଖ ଉପସ୍ଥିତ ରହି ସଭାର ତାତ୍ପର୍ଯ୍ୟ ବିଷୟରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । ଉକ୍ତ ସଭାରେ ୩୫ ଗୋଟି ଦୁଗ୍ଧ ସମବାୟ ସମିତି କୁ “ମାଇକ୍ରୋ ଏଟିଏମ୍” ବଣ୍ଟନ କରାଯାଇଥିଲା । ଏହା ଦ୍ବାରା ଦୁଗ୍ଧ ଚାଷୀମାନେ ନିଜ ସମିତିରେ ଆର୍ଥିକ କାରବାର କରିବାର ସୁବିଧା ପାଇ ପାରିବେ । ଏହି ଅବସରରେ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ନୂତନ ଜମା ଖାତା, ଖୋଲିବା ପାଇଁ ୧୬୦ ଜଣ ଦୁଗ୍ଧ ଚାଷୀ, ସେମାନଙ୍କ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ । ସଭାରେ ୩୦୦ ରୁ ଊର୍ଦ୍ଧ୍ବ ଦୁଗ୍ଧ ଚାଷୀ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଶ୍ରୀ ଅନନ୍ତ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ