ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ
ଆସିକା (ୱାଇଏନ୍ଏସ୍) : ଉଚ୍ଚଶିକ୍ଷାର ବିକାଶ ଲାଗି ୧୯୭୮ ମସିହା ଜୁଲାଇ ମାସ ୨୪ତାରିଖରେ ସ୍ଥାପିତ ହୋଇଥିବା ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର କଲେଜର ୪୮ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ଏକ ମନୋଜ୍ଞ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । କେନ୍ଦୁପଦର ତଥା ଏହାର ଆଖପାଖ ଅଞ୍ଚଳର ଯୁବକଯୁବତୀଙ୍କୁ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ କେନ୍ଦୁପଦର ଅଞ୍ଚଳର ପ୍ରତିଭାବାନ୍ ବ୍ୟକ୍ତି ତଥା ସମାଜସେବୀ ଅଭିମନ୍ୟୁ ବାଡତ୍ୟା, ସ୍ୱର୍ଗତ ଶରତ ଚନ୍ଦ୍ର ଆପଟ, ସ୍ୱର୍ଗତ ରଘୁନାଥ ଆପଟ, ସ୍ୱର୍ଗତ ଉଦୟନାଥ ସୁଆର, ଖୁକୁଣ୍ଡିଆ ଗ୍ରାମର ସ୍ୱର୍ଗତ ଭଗବାନ ବିଶ୍ୱାଳ, ନାହାଡା ଗ୍ରାମର ସ୍ୱର୍ଗତ ଚନ୍ଦ୍ରମଣି ବରାଡ, ବାଙ୍ଗରଡା ଗ୍ରାମର ସ୍ୱର୍ଗତ ଉଦୟନାଥ ଭୋଳ ଓ ସ୍ୱର୍ଗତ ନୀଳକଣ୍ଠ ବେହେରା, ନିମିନା ଗ୍ରାମର ମଠମହନ୍ତ ସ୍ୱର୍ଗତ କୃଷ୍ଣଚନ୍ଦ୍ର ଦାଶଙ୍କ ସମେତ କେନ୍ଦୁପଦର, ନିମିନା, ଚାଟୁଳା, କେଶରାପଲ୍ଲୀ, ମୁନିଗାଡି, ନାହାଡା, ବେଣାପାଟ, ଆମ୍ବପୁଆ, ପଣସପଲ୍ଲୀ, ଖୁକୁଣ୍ଡିଆ, ବାଙ୍ଗରଡା, କେଶପୁର, ନୂଆଁପଲ୍ଲୀ, ବନ୍ଥପଲ୍ଲୀ ଆଦି ବିଭିନ୍ନ ଗ୍ରାମର ଶିକ୍ଷାପ୍ରେମୀଙ୍କ ବଳିଷ୍ଠ ଉଦ୍ୟମ ଓ ଅକ୍ଳାନ୍ତ ପ୍ରଚେଷ୍ଟା ଫଳରେ ୧୯୭୮ ମସିହା ଜୁଲାଇ ମାସ ୨୪ତାରିଖରେ ନିମିନା ବୃନ୍ଦାବନ ଚନ୍ଦ୍ର କଲେଜ ପ୍ରଥମେ ବେସରକାରୀ ଭାବେ ପ୍ରତିଷ୍ଠା ହୋଇଥିଲା । ପରବର୍ତ୍ତୀ ସମୟରେ ୧୯୭୯ ମସିହା ଜୁନ୍ ମାସରେ ଏହି ମଣିଷ ତିଆରି କାରଖାନା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧିନକୁ ଚାଲିଯାଇଥିଲା । ନିମିନା ବୃନ୍ଦାବନ ଚନ୍ଦ୍ର କଲେଜର ୪୮ତମ ସ୍ୱନକ୍ଷତ୍ର ଦିବସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ, ଶିକ୍ଷାନୁଷ୍ଠାନର ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଅଭିଷେକ ବେହେରା, ବିତ୍ତୀୟ ଅଧିକାରୀ ଅଧ୍ୟାପକ ରୁଦ୍ରମାଧବ ମହାନ୍ତି, ଶୈକ୍ଷିକ ଅଧିକାରୀ ଅଧ୍ୟାପିକା ସୁଶ୍ରୀ ସଙ୍ଗୀତା ପଟ୍ଟନାୟକ, କର୍ମଚାରୀ ପରିଷଦର ସଂପାଦକ ଅଧ୍ୟାପକ ବିକାଶ ଦିଗଲ୍, ଅଧ୍ୟାପକ ଉଦିତ୍ ନାରାୟଣ ଦାଶ, ଅଧ୍ୟାପିକା ସୁଶ୍ରୀ ସୁଜାତା ସିଂ ପ୍ରମୁଖ ଉଦ୍ବୋଧନ ଦେଇ ଏହି ପୁରାତନ ଶିକ୍ଷାନୁଷ୍ଠାନର ଅତୀତ ଗୌରବ ତଥା ସ୍ୱର୍ଣ୍ଣଭ ଇତିହାସ ସଂପର୍କରେ ସ୍ମୃତିଚାରଣ ସହ ଉଜ୍ଜ୍ୱଳମୟ ଭବିଷ୍ୟତ ଗଠନ କାମନା କରି ଯେଉଁ ପ୍ରତିଭାବାନ୍ ବ୍ୟକ୍ତି ମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଫଳରେ ଏହି ଶିକ୍ଷାନୁଷ୍ଠାନ ସ୍ଥାପିତ ହୋଇଥିଲା ସେମାନଙ୍କ ମଧ୍ୟରୁ ଅଧିକାଂଶ ଇହଧାମ ତ୍ୟାଗ କରିସାରିଥିବା ବେଳେ ସେହି ମହାନ୍ ବ୍ୟକ୍ତି ମାନଙ୍କୁ ଏହି ଦିବସରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ଉଚ୍ଚଶିକ୍ଷାର ବିକାଶ ଲାଗି ସରକାର କାର୍ଯ୍ୟକାରୀ କରୁଥିବା ଯୋଜନା ଗୁଡିକ ଉପରେ ଆଲୋକପାତ କରିବା ସାଙ୍ଗକୁ ଛାତ୍ରଛାତ୍ରୀମାନେ ଭଲ ପାଠପଢି ଭଲ ମଣିଷ ହୋଇ ନିଜ ଶିକ୍ଷାନୁଷ୍ଠାନ, ପିତାମାତା ଓ ଗୁରୁଙ୍କ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବାକୁ ଆହ୍ୱାନ କରିଥିଲେ । ଏହି ପୁରାତନ ଶିକ୍ଷାନୁଷ୍ଠାନରୁ ବହୁ ଛାତ୍ରଛାତ୍ରୀ ଅତୀତରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ସରକାରୀ ଓ ବେସରକାରୀ ସ୍ତରରେ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅବସ୍ଥାପିତ ରହି କଲେଜର ଗର୍ବ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ବୋଲି ମତ ପ୍ରକାଶ ପାଇଥିଲା । ନିମିନା ବୃନ୍ଦାବନ ଚନ୍ଦ୍ର କଲେଜର ପ୍ରତିଷ୍ଠା କ୍ଷେତ୍ରରେ ସ୍ଥାନୀୟ ଅଞ୍ଚଳବାସୀ ସହଯୋଗ କରିଥିବାରୁ କଲେଜର ଅଧ୍ୟକ୍ଷ ଅମର ପ୍ରସାଦ ବିଷୋୟୀ ସେମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ । ଆସିକା ବ୍ଳକ ଅନ୍ତର୍ଗତ କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ୪୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୬ ପରୀକ୍ଷାରେ ଯୁକ୍ତଦୁଇ କଳା ପାଠ୍ୟକ୍ରମରେ ଶିକ୍ଷାନୁଷ୍ଠାନ ଟପ୍ପର ହୋଇଥିବା ଛାତ୍ରୀ ସୁଶ୍ରୀ ଆରତୀ ବାଡତ୍ୟା ଓ ବିଜ୍ଞାନ ପାଠ୍ୟକ୍ରମରେ ଟପ୍ପର ହୋଇଥିବା ଛାତ୍ରୀ ସୁଶ୍ରୀ କାଜଲ୍ ସ୍ୱାଇଁଙ୍କୁ ସମ୍ମାନିତ କରାଯାଇଥିଲା । ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଏହି ୪୮ତମ ପ୍ରତିଷ୍ଠା ଦିବସ ପାଳନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଫୁଲ କାଣ୍ଡଗୋରୀ, ଡଃ କୁନା ସୁନା, ଡଃ ଜୀବନକୃଷ୍ଣ ଦାଶ, ଅଜିତ୍ କୁମାର ପଟ୍ଟନାୟକ, ଅଜିତ୍ କୁମାର ମହାପାତ୍ର, ଅଜିତ୍ କୁମାର ମୁଖୀ, ସଚ୍ଚିନ୍ ଜେନା, ରଘୁନାଥ ପ୍ରଧାନ, ଉପେନ୍ଦ୍ର ମାଝୀ, ଅଧ୍ୟାପିକା ସ୍ୱପ୍ନାରାଣୀ ପଟ୍ଟନାୟକ, ଶୁଭଶ୍ରୀ ସାହୁ, ଅର୍ପିତା ପ୍ରିୟଦର୍ଶିନୀ, ଯସ୍ମିନି କୁମାରୀ ନାୟକ, କିରଣ ଡାକୁଆ, ପ୍ରିୟଙ୍କା ସ୍ୱାଇଁ, ରାଜେଶ୍ୱରୀ ରଥ, ସୁଚିସ୍ମିତା ପଟ୍ଟନାୟକ, ସଙ୍ଗୀତା ପଟ୍ଟନାୟକ, କେ.ସ୍ମିତା ପାତ୍ର, ଯାଜ୍ଞସେନୀ ପ୍ରଧାନ, ଅଣଶୈକ୍ଷିକ କର୍ମଚାରୀ ପଦ୍ମିନୀ ମହାରଣା, ଅନୁପ କୁମାର ଷଡଙ୍ଗୀ, ପ୍ରମୋଦ କୁମାର ଆପଟ, ମନୁ ସ୍ୱାଇଁ, ପ୍ରସାଦ କୁମାର ଆପଟ, ଜୟରାମ ପ୍ରଧାନ, ନରହରି ଖଟେଇ, ରାଜେଶ୍ ଭୋଳ, କନକ ଆପଟ, ବିଜୟଲକ୍ଷ୍ମୀ ଦୋରା, ମମତା ରାଣୀ ପ୍ରଧାନ, ଭୋଜରାଜ ଦୋରା, ଭଗବାନ ଡାକୁଆ, ଅଶୋକ ଡାକୁଆ, ସୁଦର୍ଶନ ପଣ୍ଡା, ସନ୍ଧ୍ୟାରାଣୀ ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ଛାତ୍ରଛାତ୍ରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ରୋଭର୍ ରେଞ୍ଜର ଓ ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀମାନେ ସକ୍ରିୟ ସହଯୋଗ କରିଥିôବା ଲକ୍ଷ୍ୟ କରାଯାଇଥିଲା ।


