କଂଗ୍ରେସର ବିକ୍ଷୋଭ: ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଧାମନଗର (ଓ୍ବାଇଏନଏସ): ନୀଟ ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ ଦିଲ୍ଲୀର ଯନ୍ତର ମନ୍ତରରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଲାଠିଚାର୍ଜ ଘଟଣାର ପ୍ରତିବାଦରେ ଧାମନଗର କଂଗ୍ରେସ ପକ୍ଷରୁ ଶନିବାର ସକାଳ ୧୧ଟାରେ ଧାମନଗର ବଡ଼ବଜାରରୁ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା। ରାଲିଟି ସହରର ବିଭିନ୍ନ ପ୍ରମୁଖ ରାସ୍ତା ପରିକ୍ରମା କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବିଜୁ ପଟ୍ଟନାୟକ ଛକରେ ପହଞ୍ଚିଥିଲା। ସେଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିକ୍ଷୋଭକାରୀମାନେ ଅଭିଯୋଗ କରିଥିଲେ ଯେ,ନୀଟ ପରୀକ୍ଷାରେ ବାରମ୍ବାର ପ୍ରଶ୍ନପତ୍ର ଲିକ୍ ହେବା ଯୋଗୁଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇପଡ଼ିଛି। ସେହି ପ୍ରସଙ୍ଗରେ ଦିଲ୍ଲୀର ଯନ୍ତର ମନ୍ତରରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଦିଲ୍ଲୀ ପୋଲିସର ଲାଠିଚାର୍ଜ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକ ରଖାଯିବା ଘଟଣାକୁ କଂଗ୍ରେସ ତୀବ୍ର ନିନ୍ଦା କରିଥିଲା। ହୋଇଥିଲା। କଂଗ୍ରେସ ନଗର ସଭାପତି ପ୍ରମୋଦ କୁମାର ସ୍ୱାଇଁଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ନେତା ରଞ୍ଜନ କୁମାର ବେହେରା,ନଗର କଂଗ୍ରେସ ସଭାପତି ପ୍ରମୋଦ କୁମାର ସ୍ୱାଇଁ, ପୂର୍ବତନ ସଭାପତି ମାନସ ମହାପାତ୍ର, ଜିଲ୍ଲା କଂଗ୍ରେସ ସମ୍ପାଦକ ସଞ୍ଜୟ କୁମାର ମିଶ୍ର ଓ ପ୍ରଭାତ ରଞ୍ଜନ ପଣ୍ଡା,ଧୂଷୁରୀ ଜୋନ ନେତା ସୂର୍ଯ୍ୟନାରାୟଣ ମହାନ୍ତି,ଭଗବାନପୁର ପଞ୍ଚାୟତ ନେତା ରଘୁନାଥ ଦାସ,ଶିଶିର କୁମାର ଦେବତା,ରବିନାରାୟଣ ଜେନା,କୁନୁପଣ୍ଡା,ସାଗର ମିଶ୍ର,ସେକ୍ ଜୋନେଦ ଅହେମ୍ମଦ,ଶୁକଦେବ ଜେନାଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ପ୍ରମୁଖ ଯୋଗ ଦେଇ ଉକ୍ତ ଘଟଣାର ତୀବ୍ର ନିନ୍ଦା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହମନ୍ତ୍ରୀ ଅମିତ ଶାହ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରାଯିବା ସହ ସେମାନଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା।(

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ