ପୋଖରୀ ରେ ବୁଡ଼ି ୩ୟ ଶ୍ରେଣୀ ଛାତ୍ରୀ ମୃତ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ମେଘଝୋଳି ଗ୍ରାମରେ ଶନିବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ରେ ଏକ ଅଭାବନୀୟ ଘଟଣା ଘଟିଛି । ୩ ୟ ଶ୍ରେଣୀରେ ପଢୁୁଥିବା ଗ୍ରାମର ସିମାଞ୍ଚଳ ବେହେରା ଙ୍କ ଝିଅ ଆଲିଶା ସ୍କୁଲ ରୁ ଫେରି ତାଙ୍କ ର ଅନ୍ୟ ଦୁଇ ସହପାଠୀ ଙ୍କ ସହ  ଗ୍ରାମର ଶ୍ରୀ ରଘୁନାଥ ମନ୍ଦିର ନିକଟ ନୂଆ ବନ୍ଧ ପୋଖରୀ କୁ ଗାଧୋଇବା ପାଇଁ ଯାଇଥିବା ବେଳେ ଅସାବଧାନତା କାରଣରୁ ଆଲିଶା ଗଭୀର ପାଣିରେ ବୁଡି ଯାଇଥିଲେ। ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ ଦୌଡ଼ି ଆସି ଗ୍ରାମବାସୀ ଙ୍କୁ ଜଣାଇବାରୁ କିଛି ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ପାଣି ରୁ ଉଦ୍ଧାର କରି  ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ତେବେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଏତଲା ହେବାପରେ କେ.ନୂଆଗାଁ ଥାନା ଆଇଆଇସି ବିଶ୍ୱଜିତ ନାୟକ  ଅପମୃତ୍ୟୁ ମାମଲା ନଂ. ୧୦/୨୬ ପ୍ରକାରେ ମକଦ୍ଦମା ରୁଜୁ କରିଥିଲେ।ପୋଲିସ ଟିମ୍ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ କୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଅପରାହ୍ନରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ