ଜୁଆ ଆଡ୍ଡାରେଚଢଉ : ୫ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ଟିମ୍ ପୋଡ଼ାମାରି ଗ୍ରାମ ନିକଟ ଏକ କୁକୁଡ଼ାଫାର୍ମ ରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ଉ କରି ୫ ଜଣ ଜୁୁଆଡ଼ି ଙ୍କୁ ଗିରଫ କରିଥିବା ବେଳେ ପୂର୍ବରୁ ସୂଚନା ପାଇ ବହୁ ସଂଖ୍ୟକ ଜୁଆଡ଼ି ଫେରାର ହୋଇଯାଇଥିବା ଜଣାପଡ଼ିଛି।ଗିରଫ ଜୁଆଡି ମାନଙ୍କ ଠାରୁ ପୋଲିସ ୮,୨୬୦ ହଜାର ଟଙ୍କା ,ତାସମୁଠା ଏବଂ ବେଡ଼ସିଟ୍ ଜବତ କରିଛନ୍ତି।ଶୁକ୍ରବାର ବିଳମ୍ବିତ ରାତିରେ ଗାଁ ନିକଟ ଏକ କୁକୁଡ଼ାଫାର୍ମ ରେ ଜୁଆଖେଳ ଚାଲିଥିବା ନେଇ ସୂଚନା ମିଳିବାପରେ ପୋଡାମାରି ଫାଣ୍ଡି ଏସ.ଆଇ ପ୍ରଭାତ କୁମାର ବାଲିକାନା,ପାଟପୁର ଥାନା ଏଏସଆଇ ସନ୍ତୋଷ କୁମାର ମିଶ୍ର ଙ୍କ ନେତୃତ୍ୱରେ ପୋଲିସ ଟିମ୍ ଚଢଉ କରିଥିଲେ।ଏନେଇ ଏଏସଆଇ ସନ୍ତୋଷ ମିଶ୍ର ଙ୍କ ଏତଲା କ୍ରମେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ମାମଲା ନଂ.୨୧୨/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ଅଭିଯୁକ୍ତ ମାନଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ର ଧାରା-୩୫(୩) ଅନୁଯାୟୀ ନୋଟିସ ଦିଆଯିବା ପରେ ଛାଡି ଦିଆଯାଇଥିବା ତଦନ୍ତକାରୀ ଅଧିକାରୀ ଏସ.ଆଇ କହିଛନ୍ତି।


