ମହାନ୍ ସଂଘ୍ ତରଫରୁ କାରଗିଲ ଦିବସ ପାଳିତ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): ମହାନ୍ ସଂଘ ପକ୍ଷରୁ ୨୭ ତମ କାରିଗିଲ ଦିବସ ସ୍ଥାନୀୟ ଗାୟତ୍ରୀ ହୋଟେଲ ସମ୍ମିଳନି କକ୍ଷରେ ପାଳିତ ହୋଇଯାଇଛି। କାରିଗିଲ ଯୁଦ୍ଧ ରେ ସହିଦ ମାନଙ୍କ ନିମନ୍ତେ ନୀରବ ପ୍ରାର୍ଥନା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।ସଭାପତି ସୁଶାନ୍ତ କୁମାର ସାବତଙ୍କ ସଭାପତିତ୍ବ କରି ସେନା ମାନେ ସାରା ଦେଶବାସୀଙ୍କ ସମ୍ମାନର ପାତ୍ର ଓ ଆମ ସମସ୍ତଙ୍କ ପ୍ରକୃତ ହିରୋ। ସେମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁ ଆମେ ସମସ୍ତେ ସୁରକ୍ଷିତ। ଏଣୁ ସେନା ଓ ତାଙ୍କ ପରିବାର ପ୍ରତି ସହୋଯୋଗ ଓ ସମ୍ମାନ ଆମ ସମସ୍ତଙ୍କ ପ୍ରଧାନ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ। କାର୍ଯ୍ୟ କ୍ରମରେ ସାଧାରଣ ସମ୍ପାଦକ ପ୍ରସାନ୍ତ କୁମାର ପାତ୍ର, ଭି ରବି କୁମାର ଗୁପ୍ତା, ସୌମିକ ସାହୁ, ପ୍ରଭାକର ସାହୁ, ପ୍ରକାଶ ଵଜନୀ, ଭଗବାନ ବେହେରା, ନମିତା ରାଉତ, ଗାୟତ୍ରୀ ପଣ୍ଡା, ନିବେଦିତା ପାଢ଼ୀ, ଡ ସନ୍ଧ୍ୟାରାଣୀ ପଟ୍ଟନାୟକ, ଡ ଧନଲକ୍ଷ୍ମୀ ପଟ୍ଟନାୟକ,ତପନ ପଣ୍ଡା, ମନୋରଞ୍ଜନ ପାଢ଼ୀ, ଉମାଶଙ୍କର ପାଢ଼ୀ, ମହେନ୍ଦ୍ର ପାତ୍ର ପ୍ରମୁଖଙ୍କ ସମେତ ବହୁ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ