ଡ.ଏପିଜେ ଅବଦୁଲ କଲାମଙ୍କ ଶ୍ରାଦ୍ଧଉତ୍ସବ ପାଳିତ

ଧାମନଗର (ଓ୍ବାଇଏନଏସ): ଧାମନଗର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଭାରତର ପୂର୍ବତନ ରାଷ୍ଟ୍ରପତି,ମିସାଇଲ ମ୍ୟାନ ବୈଜ୍ଞାନିକ,ଲେଖକ ତଥା ଭାରତରତ୍ନ ଡ ଏପିଜେ ଅବଦୁଲ କଲାମଙ୍କ ୧୨ତମ ଶ୍ରାଦ୍ଧଉତ୍ସବ ଓ ସ୍ମୃତିଚାରଣ ସଭା ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାରମ୍ଭରେ ଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ପରେ ଅବଦୁଲ କଲାମ ସ୍ମୃତି ପାଠାଗାର କେନ୍ଦ୍ର ପରିସରରେ ସ୍ଥାପିତ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ବରିଷ୍ଠ ନାଗରିକ ପରିଷଦ ସଭାଗୃହ ପରିସରରେ ସଭାପତି ଅନିଲ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ପରିଷଦର ଉପସଭାପତି ସୁରଥ ଚନ୍ଦ୍ର ସେଠୀ,ସେକ ଅବଦୁଲ ହାକିମ,ନିରାକାର ଧଳ,ଅଭିମନ୍ୟୁ ମଲ୍ଲିକ,ହୃଦାନନ୍ଦ କର,ମହେଶ୍ବର ସ୍ୱାଇଁ,ରାମଚନ୍ଦ୍ର ସାହୁ,ନୁରସିଂହ ଚରଣ ନାୟକ,ନରେନ୍ଦ୍ର ମଲ୍ଲିକ,ଲମ୍ବୋଦର ମହାନ୍ତି,ଧନଞ୍ଜୟ ଦାସ,ବ୍ରହ୍ମାନନ୍ଦ ପୃଷ୍ଟି,ପୟାଧର ବେହେରା ଯୋଗ ଦେଇଥିବା ବେଳେ ସାମ୍ବାଦିକ ସେକ ଜାଫର ଅଲ୍ଲୀ,ସୁଶାନ୍ତ କୁମାର ରାଉତ,ପ୍ରଦୀପ ମହାପାତ୍ର,ସରୋଜ ସେଠୀଙ୍କ ସମେତ ବହୁ ସମାଜସେବୀ, ବୁଦ୍ଧିଜୀବୀ ପ୍ରମୁଖ ଯୋଗଦେଇ ରାଷ୍ଟ୍ରପତି ହୋଇ ୨୦୦୨ରୁ ୨୦୦୭ପର୍ଯ୍ୟନ୍ତ ତାଙ୍କ ସମୟରେ ସାରା ଭାରତ ତଥା ବିଶ୍ୱର ଇତିହାସରେ କ୍ଷେପଣୀୟ ମାନବ ଭାବେ ପରିଚୟ ତଥା ପ୍ରଥମେ ଗୁରୁ,ବୈଜ୍ଞାନିକ ସର୍ବପରୀ ମହାମହିମ ରାଷ୍ଟ୍ରପତି ହୋଇଥିଲେ। ଡ.କଲାମଙ୍କ ଜାତି,ଧର୍ମ ବର୍ଣ୍ଣ ନିର୍ବିଶେଷରେ ମାନବ ଜାତିକୁ ପ୍ରାଣଭରି ଭଲ ପାଉଥିଲେ ଶ୍ରୀ କଲାମ। ତାଙ୍କର ଗୁଣ,ତ୍ୟାଗ,ନିଷ୍ଠାର କାର୍ଯ୍ୟ ସମ୍ପର୍କରେ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଶେଷରେ ପରିଷଦର ସଦସ୍ୟ କୃଷ୍ଣ ଚନ୍ଦ୍ର ଜେନା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ସେହିପରି ଧାମନଗର ବ୍ଲକ ଏବଂ ଏନ ଏ ସି ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନ,ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଡ.ଏପିଜେ ଅବଦୁଲ କଲାମଙ୍କ ୧୨ତମ ଶ୍ରାଦ୍ଧଉତ୍ସବ ପାଳନ କରାଯାଇଛି।(

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ