ସ୍ୱାସ୍ଥ୍ୟ ଜନିତ ସଚେତନତା ଓ ବୃକ୍ଷରୋପଣ ଶିବିର

ଛତ୍ରପୁର, (ଓ୍ବାଇଏନଏସ) : ଛତ୍ରପୁର ରୋଟାରୀ କ୍ଲବ ଏବଂ ୟୁରୋ ସ୍କୁଲର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ୟୁରୋ ସ୍କୁଲ ପରିସରରେ କୈଶୋର ଅବସ୍ଥା ଏବଂ ଋତୁସ୍ରାବ ସ୍ୱାସ୍ଥ୍ୟ ଜନିତ ସଚେତନତା ଶିବିର ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ରୋଟାରୀ କ୍ଲବ ଚାର୍ଟର୍ ଦିବସ ପାଳନ ଅବସରରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। କୈଶୋର ଅବସ୍ଥା ଏବଂ ଋତୁସ୍ରାବ ସ୍ୱାସ୍ଥ୍ୟ ଉପରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷିକ ଡାକ୍ତର ଅଲେଖ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ। ଡ. ପ୍ରଧାନ ଛାତ୍ରୀଙ୍କ ମହିଳା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଦେଇଥିଲେ। ସ୍କୁଲର ମୁଖ୍ୟ ପୃଷ୍ଠ ପୋଷକ ସସ୍ମିତା ମହାପାତ୍ର ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ରୋଟାରୀ ଜିଲା ୩୨୬୨ ପୂର୍ବତନ ପ୍ରାନ୍ତପାଳ ଦିଲୀପ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେଇଥିଲେ। ମନୋନୀତ ପ୍ରାନ୍ତପାଳ ଅକ୍ଷେନ୍ଦୁ ଶେଖର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ରୋଟାରୀ କ୍ଲବ ପକ୍ଷରୁ ୟୁରୋ ସ୍କୁଲ ପରିସରରେ ଅନେକ ପ୍ରକାରର ଫଳନ୍ତି ଗଛର ଚାରାରୋପଣ କରାଯାଇଥିଲା। ଏହ ସହ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବର ଚାର୍ଟର ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ଚାର୍ଟର ସମ୍ପାଦକ ସୁରଜିତ ସାମନ୍ତରାୟ ସହ ଡ. ଅଜୟ ତ୍ରିପାଠୀ, ଡ. ବିମଳ ପ୍ରସାଦ ସାହୁ, କେ. ବାସୁଦେବ ରାଓ, ଇ. ନାଗେଶ୍ଵର ରାଓ, ଏସ୍. ରେଖା ମହାନ୍ତି, ଦ୍ଵାରକା ପଟ୍ଟନାୟକ ଆଦି ରୋଟାରିଆନ ଏବଂ ୟୁରୋ ସ୍କୁଲ ଏକାଡେମୀ ଡାଇରେକ୍ଟ ର ପ୍ରମୋଦ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସ୍କୁଲର ଶିକ୍ଷୟିତ୍ରୀ ଗ୍ଲୋରୀ ମୋସେସ ଏବଂ କେ. ସ୍ଵପ୍ନା କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ଶେଷରେ ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଧୀରେନ୍ ପଣ୍ଡା, ଭାଗବାନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ