କ୍ଳଷ୍ଟରସ୍ତରୀୟ ଦ୍ୱିତୀୟ ଏଫ୍ଏଲ୍ଏନ୍ ମାସିକ ସମୀକ୍ଷା ବୈଠକ
ଆସିକା (ୱାଇଏନ୍ଏସ୍) : ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ର ନିର୍ଦ୍ଦେଶ, ଜିଲ୍ଲା ଶିକ୍ଷା ବିଭାଗ ଓ ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ପାଠ୍ୟକ୍ରମ (ଏଫ୍ଏଲ୍ଏନ୍)ର ଶିକ୍ଷକମାନଙ୍କୁ ନେଇ ଚଳିତ ଶିକ୍ଷାବର୍ଷର କ୍ଳଷ୍ଟରସ୍ତରୀୟ ଦ୍ୱିତୀୟ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀ ଏବଂ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା ଏବଂ ଶିବରାମ ବେହେରାଙ୍କ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନରେ ଅନୁିଷ୍ଠିତ ଏହି ସମୀକ୍ଷା ବୈଠକରେ ଯୋଗଦେଇ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମର ଆବଶ୍ୟକତା ଓ ଏହାର ସଫଳ କାର୍ଯ୍ୟକାରିତା ଉପରେ ଆଲୋକପାତ କରିବା ସାଙ୍ଗକୁ ରାଜ୍ୟ ସରକାର କାର୍ଯ୍ୟକାରୀ କରିଥିବା ଶିଶୁବାଟିକା କାର୍ଯ୍ୟକ୍ରମର ସଫଳ ରୂପାୟନ, ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତା ବୃଦ୍ଧି, ଭାଷା ଓ ଗାଣିତିକ ଜ୍ଞାନ ବୃଦ୍ଧି, ଶିକ୍ଷଣ ସାମଗ୍ରୀର ବ୍ୟବହାର, ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଶୈକ୍ଷିକ ଦକ୍ଷତା ବୃଦ୍ଧି, ଶିକ୍ଷାର୍ଥୀମାନଙ୍କ ଶୈକ୍ଷିକ ପ୍ରଗତି, ମାସିକ ପାଠ୍ୟ ଖସଡା, ମୈାଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଂପର୍କିତ ନମୂନା ପାଠ ଯୋଜନା, ବିଦ୍ୟାଳୟରେ ଶୈକ୍ଷିକ ବାତାବରଣରେ ଉନ୍ନତି, ବିଦ୍ୟା ପ୍ରବେଶର ୩ ଟି ବିକାଶାତ୍ମକ ଲକ୍ଷ୍ୟ ଆଧାରିତ ଶିକ୍ଷଣ ଫଳାଫଳ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀର ଭାଷା ଓ ଗଣିତରେ ଶିକ୍ଷଣ ଫଳାଫଳ, ଶ୍ରେଣୀ ପରିଚାଳନାରେ ସୁବିଧା ଓ ଅସୁବିଧା, ଗଣିତରେ ଦକ୍ଷତା ବୃଦ୍ଧି, ବିଲଡିଂ ବ୍ଳକ ଆପ୍କୁ କିପରି ବ୍ୟବହାର କରାଯିବ, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷାଦାନ ନିମନ୍ତେ ଶିକ୍ଷା ଉପକରଣ ଓ ସଂଖ୍ୟା ପରିଚୟ ଉପକରଣ କିଟ୍ ପ୍ରଦାନ, କ୍ଳଷ୍ଟର ସ୍ତରରେ ନିୟମିତ ପ୍ରଫେସନାଲ୍ ଲର୍ଣ୍ଣିଂ କମ୍ୟୁନିଟି କରି ବିଦ୍ୟାଳୟରେ ଶିକ୍ଷାଦାନର ଶୈଳୀ, ପର୍ଯ୍ୟାୟ ଭିତ୍ତିକ ମାନ ନିର୍ଦ୍ଧାରଣ, ମୌ÷ଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ସଫଳ ରୂପାୟନ, ସିଆର୍ସିସିମାନେ ମାନ ନିର୍ଦ୍ଧାରଣ ପରିଚାଳନାରେ ଶିକ୍ଷକଙ୍କୁ ସହାୟତା, ସିଆର୍ସିସି ମାନେ ବିଦ୍ୟାଳୟ ପରିଦର୍ଶନ କରି ମାନ ନିର୍ଦ୍ଧାରଣର ଗୁଣବତ୍ତାକୁ ନିଶ୍ଚିତ କରିବା, ପ୍ରଧାନଶିକ୍ଷକମାନେ ମାନ ନିର୍ଦ୍ଧାରଣକୁ ସୁଚାରୂ ରୂପେ ସଂପାଦନ କରିବା, ସମସ୍ତ ମାନ ନିର୍ଦ୍ଧାରଣ ସମ୍ବନ୍ଧୀୟ ତଥ୍ୟକୁ ଶିକ୍ଷଣ ସୋପାନ ରେଜିଷ୍ଟରରେ ଲିପିବଦ୍ଧ କରିବା, ଶିକ୍ଷକମାନେ ଭୟମୁକ୍ତ ଓ ଆନନ୍ଦଦାୟୀ ପରିବେଶରେ ସମସ୍ତ ଶ୍ରେଣୀରେ ମାନ ନିର୍ଦ୍ଧାରଣ କାର୍ଯ୍ୟ କରିବା, ବିଭିନ୍ନ ଦକ୍ଷତାକୁ ନେଇ ଶିକ୍ଷାର୍ଥୀମାନଙ୍କର ଶୈକ୍ଷିକ ଉପଲବ୍ଧିକୁ ଶିକ୍ଷଣ ସୋପାନ ରେଜିଷ୍ଟରରେ ଲେଖିବା ଓ ମାନ ନିର୍ଦ୍ଧାରଣ କାର୍ଯ୍ୟକୁ ସ୍ୱଚ୍ଛତା ସହ ସଂପାଦନ କରିବା, ଶ୍ରେଣୀ ପରିଚାଳନା ସମୟରେ ସୁବିଧା ଓ ଅସୁବିଧା, ମାନ ନିର୍ଦ୍ଧାରଣ ଟ୍ରାକର୍ରେ ରେଜିଷ୍ଟ୍ରରେ ଆଲୋଚନା, କ୍ୟାରିୟର୍ ମାର୍ଗଦର୍ଶନ ୱେବ୍ସାଇଟ୍କୁ ତ୍ୱରାନ୍ୱିତ, ନିପୁଣ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନ, ମୌଳିକ ସାକ୍ଷାରତା ଓ ସଂଖ୍ୟାଜ୍ଞାନ ବିଷୟବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମ, ବାର୍ଷିକ କାର୍ଯ୍ୟ ଖସଡା, ବିଦ୍ୟାଳୟର ସମୟ ନିର୍ଘଣ୍ଟ ସମେତ ବିଭିନ୍ନ ଶିକ୍ଷା କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବାଲିସିରା, ଭେଟନଇ, କାଳଷଣ୍ଢପୁର, ବାବନପୁର, ବଡଖୋଲି, ଖାରିଆ, କେ.ନୁଆଁପଲ୍ସୀ, ନିମିନା, କେନ୍ଦୁପଦର, ଗଙ୍ଗାପୁର, ନଳବଣ୍ଟା, ଆସିକା ସଦର, ହରିଡାପଦର କ୍ଳଷ୍ଟରର ବିଭିନ୍ନ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ଏହି କ୍ଳଷ୍ଟରସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ (ଏଫ୍ଏଲ୍ଏନ୍) କୁ ସୁପରିଚାଳନା କରିବା ଦିଗରେ ବିଭାଗୀୟ ସିଆର୍ସିସିମାନେ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ଭେଟନଇ କ୍ଳଷ୍ଟରର ମହାରାଜପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଏହି କ୍ଳଷ୍ଟରସ୍ତରୀୟ ମାସିକ ସମୀକ୍ଷା ବୈଠକରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୌଦାମିନୀ ହୋତା, ଭେଟନଇ ସରକାରୀ ବାଳିକା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବରାମ ଗୌଡ ପ୍ରମୁଖ ଯୋଗେଦେଇ ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଶିଶୁବାଟିକା କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲା ବେଳେ ଏହି ବୈଠକରେ ପ୍ରଧାନଶିକ୍ଷକ ପି.ରାମାରାଓ ପାତ୍ର, ନିରଞ୍ଜନ ବେହେରା, ବନମାଳୀ ବେହେରା, ସନ୍ତୋଷ କୁମାର ସେଠୀ, ତ୍ରିଲୋଚନ ପାତାର୍, ବୁଲୁ କୁମାର ପ୍ରଧାନ, ଅମ୍ବିକା ପାଣିଗ୍ରାହୀ, ଅରୁଣ କୁମାର ଦାଶ, ଏଫ୍ଏଲ୍ଏନ୍ ଶିକ୍ଷକ ପି.ନିରଞ୍ଜନ ପାତ୍ର, ସୁଜିତ୍ କୁମାର ବେହେରା, ଯୋଗୀକୃଷ୍ଣ ନାୟକ, ପୁଷ୍ପାଞ୍ଜଳୀ ନାୟକ, ମାମାଲି ନାୟକ, ଶିବାନୀ ଡାକୁଆଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।


