ମାଗଣା ସ୍ୱାସ୍ଥ୍ୟ ଶିବିର
ଭୁବନେଶ୍ବର (ଓ୍ବାଇଏନଏସ): ୟୁନିଟ-୪ ସ୍ଥିତ ମସଜିଦ ହମଦ ପ୍ରାଙ୍ଗଣରେ ରାଷ୍ଟ୍ରୀୟ ଭଉଣୀ ଦିବସ ଓ ବିଶ୍ୱ ସଙ୍ଗାତ ଦିଵସ ଉପଲକ୍ଷେ ଅହମଦୀୟା ମୁସଲିମ ମହିଳା ସଙ୍ଗଠନ ଲଜନା ଇମାଉଲ୍ଲାଃ ଵିଭାଗ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ସ୍ତ୍ରୀ ରୋଗ ବିଶେଷଜ୍ଞ ଡକ୍ଟର ଜିନତ୍ ବେଗମ ସଙ୍ଗଠନ ଓ ବାହାରୁ ଆସିଥିବା ସ୍ତ୍ରୀ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ବର୍ତ୍ତମାନ ସମୟରେ ଉପୁଜୁ ଥିବା ବିଭିନ୍ନ ରୋଗରୁ ଗୋଟିଏ ସ୍ତ୍ରୀ କିପରି ନିଜକୁ ସୁରକ୍ଷିତ ରଖିପାରିବ ତାହା ପ୍ରତି ସଚେତନ କରାଇଥିଲେ । ଭୁବନେଶ୍ବର ଅହମଦୀୟା ମୁସଲିମ ମହିଳା ସଭାନେତ୍ରୀ ଅମତୁଲ୍ ଆଲାଙ୍କ ତତ୍ତ୍ବାବଧାନରେ ଏହି ଶିବିରଟି ଉଦଯାପିତ ହୋଇ ଥିଲା । ଏଥିରେ ୭୦ରୁ ଊର୍ଦ୍ଧ୍ବ ସ୍ତ୍ରୀଲୋକ ମାନେ ଏହି ଶିବିରରୁ ଉପକୃତ ଲାଭ କରିଥିଲେ । କାର୍ଯ୍ୟକ୍ରମଟିକୁ ସିରାଜୁମ୍ ମୁନିର, ଖୁଶବୁ ବାନୁ, ଶହଯାଦି ପରୱିନ, ତାହିରା ସିଦିକା ପରିଚାଳନା କରିଥିବା ବେଳେ ସଂଗଠନର ଅନ୍ଯ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ।


