ପଞ୍ଚାୟତ କଂଗ୍ରେସ କମିଟି ଗଠନ ନିମନ୍ତେ ବୈଠକ
ହାଟଡିହି (ଓ୍ବାଇଏନଏସ): ୩୪ନମ୍ବର ଜୋନ ଅନ୍ତର୍ଗତ ବାଲିବରେଇ ପଞ୍ଚାୟତର ନୂଆଗାଁ ଠାରେ ପଞ୍ଚାୟତ କଂଗ୍ରେସ କମିଟି ଗଠନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ୍ କଂଗ୍ରେସ କମିଟିର ସଭାପତି ଶ୍ରୀ ରମେଶ ଚନ୍ଦ୍ର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୩୪ନମ୍ବର ଜୋନର କଂଗ୍ରେସ ସଭାପତି ଶ୍ରୀ ବିଜୟ କୁମାର ଜେନା, ଜିଲ୍ଲା କଂଗ୍ରେସ ମୁଖପାତ୍ର ବିଶ୍ବ ରଞ୍ଜନ ପାଣିଗ୍ରାହୀ ଉପସ୍ଥିତ ରହି କମିଟି ଗଠନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ବାଲିବରେଇ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଅଭୟ କୁମାର ବିଶ୍ବାଳ, ହୃଷୀକେଶ ମହାନ୍ତି, ନାରାୟଣ ଚନ୍ଦ୍ର ରାଉତ, ଜଳଧର ଦିଅ, ଶିଙ୍ଗା ହୋ, ମହେଶ୍ୱର ଜେନା, ବୃନ୍ଦାବନ ବିଶ୍ବାଳ, ରଞ୍ଜନ ଜେନା, ବବୁଲ ବଳ, ମନ୍ଦର ଧର ଜେନା, ଅଭିରାମ ରଥ ପ୍ରଭୁତି କଂଗ୍ରେସ କର୍ମୀମାନେ ଉପସ୍ଥିତ ହୋଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବସନ୍ତ କୁମାର ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।


