ଓଡିଶା ମିଳିତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଦାବୀ ପତ୍ର

ବନ୍ତ, (ଚାନ୍ଦିନୀ ମହାନ୍ତି ) : ବୁଧବାର ବନ୍ତ ବ୍ଲକ ଓଡିଶା ମିଳିତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ୭ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷା ମନ୍ତ୍ରୀ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ସୀତାକାନ୍ତ ରାଉତଙ୍କ ଜରିଆରେ ପ୍ରଦାନ କରାଯାଇଛି l ୭ଦଫା ଦାବୀ ମଧ୍ୟରେ ସମସ୍ତଙ୍କୁ ପୁରୁଣା ପେନସନ ପ୍ରଦାନ, ଚାକିରୀ ବୟସ ସୀମା ୬୦ରୁ ୬୨କୁ ବୃଦ୍ଧି, ଅନୁଦାନ ପାଇନଥିବା ୧୯୪ ବିଦ୍ୟାଳୟକୁ ଅନୁଦାନ ପ୍ରଦାନ, ଚୁକ୍ତି ଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତି ଦିନ ଠାରୁ ଆର୍ଥିକ ସୁବିଧା ପ୍ରଦାନ ଆଦି ରହିଛି l ଦାବୀ ପତ୍ର ପ୍ରଦାନ ବେଳେ ଜିଲା ଓଷ୍ଟା ସଭାପତି ଶଶୀ ଶେଖର କର ଶର୍ମା, ବ୍ଲକ ଓଷ୍ଟା ସଭାପତି ଶ୍ରୀକାନ୍ତ ପଣ୍ଡା, ବ୍ଲକ ସମ୍ପାଦକ ସନ୍ତୋଷ କୁମାର ଜେନା, ଜିଲା ଅଲୋଷ୍ଟା ସଭାପତି ଗୟାଧର ଦାଶଙ୍କ ସମେତ ଆନନ୍ଦ ଚନ୍ଦ୍ର ରାଉତ, ହରେକୃଷ୍ଣ ପାଣିଗ୍ରାହୀ, ବିଶ୍ଵନାଥ ନାୟକ, ଦିଲୀପ କୁମାର ଜେନା, ବ୍ରହ୍ମାନନ୍ଦ ଭୂୟାଁ, ବିଦ୍ୟାଧର ଚକ୍ର, ଆଲୋକ ପ୍ରଧାନ, ଜଗନ୍ନାଥ ଦ୍ବିବେଦୀ, ଗଙ୍ଗାଧର ରାଉତ, ନିରଞ୍ଜନ ଜେନା, ସୁଧାକର ପଣ୍ଡା, ଶୈଳବାଳା ସାହୁ, ମାମୁନୀ ମହାରଣା, ମାୟାଧର ଜେନା, କିଶୋର ଚନ୍ଦ୍ର ନାୟକ, ବିଦ୍ୟାଧର ସାହୁ, ଅରୁଣ କୁମାର ବାରିକ, ନିର୍ମଳ ଚନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ