ଗଞ୍ଜେଇ, ଦେଶୀ ମଦ ଜବତ, ୬ ଗିରଫ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗକୁ ପୁଣି ଏକ ସଫଳତା ମିଳିଛି. ଗଜପତି ପୋଲିସ ଦ୍ଵାରା ୨୫୧ କେଜି ଗଞ୍ଜେଇ ଜବତ କରାଯାଇ  ୨ ଜଣଙ୍କୁ ଗିରଫ କରାଯାଇଛି. ସେହିପରି ଅବକାରୀ ବିଭାଗ ଦ୍ଵାରା ବ୍ୟାପକ ଦେଶୀ ମଦ ଜବତ କରାଯିବା ସହ 4 ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା ପାଇଁ ଚୋରା ଗଞ୍ଜେଇ କାରବାର ବିରୁଦ୍ଧରେ ସାରା ଜିଲ୍ଲାରେ ବ୍ୟାପକ ଚଢଉ ଜାରି ରହିଛି. ବିଶେଷ ସୂଚନା ଆଧାରରେ ଆର. ଉଦୟଗିରି ପୋଲିସ ଟାବରସାହି ଗ୍ରାମ ନିକଟ ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରି ୨୫୧ କିଲୋଗ୍ରାମ ୨୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ୪ ଅଗଷ୍ଟ ସକାଳ ପ୍ରାୟ ୯ଟା ୩୦ ମିନିଟ ସମୟରେ, ଆର୍.ଉଦୟଗିରି ଥାନାର ଉପ-ନିରୀକ୍ଷକ  ଲକ୍ଷ୍ମଣ ବେଶ୍ରା ଓ ପୋଲିସ ଟିମ୍ ଉଦୟଗିରି ଥାନା ଅନ୍ତର୍ଗତ ସମ୍ବଲପୁର, କିରାମା, ନିଧିଗୁଡ଼ି ଏବଂ ଟାବରସାହି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଟାବରସାହି ଗ୍ରାମ ପଛ ଜଙ୍ଗଲରେ ବହୁ ପରିମାଣର ଗଞ୍ଜେଇ ମହଜୁଦ ରଖାଯାଇଥିବା ସମ୍ପର୍କରେ ଗୁପ୍ତ ସୂଚନା ପାଇଥିଲେ। ଏହାପରେ ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦେଖିଥିଲେ ଯେ ଦୁଇ ଜଣ ବ୍ୟକ୍ତି ଜରି ବ୍ୟାଗରେ ଗଞ୍ଜେଇ ପ୍ୟାକିଂ କରୁଛନ୍ତି। ପୋଲିସକୁ ଦେଖି ସେମାନେ ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ସେମାନଙ୍କୁ  ଗୋଡେଇ ଗୋଡେଇ କାବୁ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଅବିନତ ରାଇକା (୪୪) ଏବଂ ଯକ୍ଷ୍ୟ ଗମାଙ୍ଗ (୫୫)। ଉଭୟେ ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ଅନ୍ତର୍ଗତ ଟାବରସାହି ଗ୍ରାମର ବାସିନ୍ଦା। ଅଭିଯୁକ୍ତମାନଙ୍କ ନିକଟରୁ ୮ଟି ଜରି ବ୍ୟାଗରେ ପ୍ୟାକ୍ ହୋଇଥିବା ୨୫୧.୨ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଆର୍.ଉଦୟଗିରି ଥାନା କେସ୍ ନଂ–୧୪୩/୨୦୨୬, ଏନ ଡି ପି ଏସ 1985 ର ଧାରା 20(b)(ii)(C) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ଦୁଇ ଅଭିଯୁକ୍ତଙ୍କୁ ଆଜି କୋୖର୍ଟକୁ ଚାଲାଣ କରାଯାଇଛି. ଠିକ ସେହିପରି ଗଜପତି ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ସାହୁଙ୍କ ନିର୍ଦେଶକ୍ରମେ ସମଗ୍ର ଜିଲ୍ଲାରେ ଚୋରା ଦେଶୀ ମଦ କାରବାର ବିରୁଦ୍ଧରେ ଚଢଉ ଜାରି ରହିଛି. ଏହି ଅବସରରେ ମୋହନା ଓ ଆର. ଉଦୟଗିରି ଅବକାରୀ ବିଭାଗର ମିଳିତ ଚଢାଉରେ ଅନ୍ତରବା ଓ ଧାଡିଆମ୍ବ ଗ୍ରାମରୁ 112 ଲିଟର ଦେଶୀ ମଦ ଜବତ ହୋଇଛି. ଏହି ଚୋରା କାରବାରରେ ଜଣେ ମହିଳାଙ୍କ ସମେତ 4 ଜଣଙ୍କୁ ଗିରଫ କରାଯାଇଛି. ଏହି ଚଢାଉରେ ମୋହନା ଅବକାରୀ ଅଧିକାରୀ ଦଣ୍ଡ ଶବର, ସୁଦର୍ଶନ ବିଶୋଇ, ଏନ, ତିରୁପତି ରାଓ ପ୍ରମୁଖଙ୍କ ସହ ଅବକାରୀ ମୋବାଇଲଟିମର ସଦସ୍ୟମାନେ ଯୋଗ ଦେଇଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ