ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ 5 ଲକ୍ଷ ଟଙ୍କା ଦାନ

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଠାରେ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି. ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣରେ ବହୁ ଭକ୍ତ ନିଜ ନିଜକୁ ଭିନ୍ନ ଭିନ୍ନ ଭାବେ ସାମିଲ କରି ସହାୟତାର ହାତ ବଢ଼ାଇ ଚାଲିଛନ୍ତି. ଏହି ଅବସରରେ ପାରଳାଖେମୁଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ଗଜପତି କଲେଜର ପୂର୍ବତନ ଅଧକ୍ଷ ତଥା ବ୍ରହ୍ମପୁର ଠାରେ ବର୍ତ୍ତମାନ ରହୁଥିବା ପ୍ରଫୁଲ୍ଲ କୁମାର ମିଶ୍ର 5 ଲକ୍ଷ 1 ହଜାର ଟଙ୍କା ନୂତନ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରିଛନ୍ତି. ଠିକ ସେହିପରି ପାରଳାଖେମୁଣ୍ଡି ସହରର ଫ୍ରେଣ୍ଡ କଲୋନୀ ବାସିନ୍ଦା ଅଲିଭା ପ୍ରିୟଦର୍ଶିନୀ 11,050 ଟଙ୍କା ଏବଂ ପାରଳା ଫରେଷ୍ଟ ଗେଟ ନିକଟରେ ରହୁଥିବା ଅର୍ଜୁନ ସାହୁ 10,000 ଟଙ୍କା ନୂତନ ମନ୍ଦିର ନିର୍ମାଣ ପାଇଁ ପ୍ରଦାନ କରି ମନ୍ଦିର ନିର୍ମାଣରେ ସହାଭାଗିତା ହୋଇପାରିଛନ୍ତି, ପାରଳା ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କମିଟିର ସମ୍ପାଦକ ଦୁର୍ଗା ମାଧବ ପାଣିଗ୍ରାହୀଙ୍କ ସମେତ ନିର୍ମାଣ କମିଟିର ସମସ୍ତ କାର୍ଯ୍ୟକର୍ତ୍ତା ସଦସ୍ୟ ମନ୍ଦିର ନିର୍ମାଣରେ ସହାଭାଗିନୀ ହୋଇଥୁବା ଉପରୋକ୍ତ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ