ସୁନା ଓ ରୂପା ଅଳଙ୍କାର ଚୋରି ମାମଲା: ପୋଲିସର ବ୍ୟାପକ ତନାଘନା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସହରର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ସୁଯୋଗ ନେଇ କବାଟ ତାଲା ଭାଙ୍ଗି 5 ଲକ୍ଷ 50 ହଜାର ଟଙ୍କା ସମେତ 7 ଭରି ସୁନା ଓ 12 ଗୋଟି ପାଉଁଜି ଚୋରି ଘଟଣାର ପର୍ଦାଫାଶ ପାଇଁ ପୋଲିସ ତରଫରୁ ବ୍ୟାପକ ଉଦ୍ୟମ ଓ ତନାଘନା ଆରମ୍ଭ ହୋଇଛି. ଘଟଣାରୁ ପ୍ରକାଶ, ଘର ମାଲିକାଣୀ ଏସ୍.ସନ୍ତୋଷିନୀ କିଛି କାର୍ଯ୍ୟରେ ବାହାରକୁ ଯାଇଥିବାବେଳେ ଏହି ଚୋରି ହୋଇଥିବା ନେଇ ସେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ,କେସ୍ ନଂ-୩୨୭/୨୬ ରେ ମାମଲା ରୁଜୁ ହୋଇଛି ବୋଲି ପାରଳା ଥାନା ଆଇଆଇସି ପ୍ରଶାନ୍ତ କୁମାର ଭୂପତି ପ୍ରକାଶ କରି ଜଣାଇଛନ୍ତିଯେ, ଏହି ଚୋରି ଅଭିଯୋଗ ପରେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତ ଅନୁଧ୍ୟାନ ଓ ଯାଞ୍ଚ କରାଯାଇଛି. ସମସ୍ତ ଦିଗକୁ ଅନୁଧ୍ୟାନ କରି ଏହି ଚୋରି ଘଟଣାର ପର୍ଦାଫାଶ ପାଇଁ ବ୍ୟାପକ ଉଦ୍ୟମ ଓ ତନାଘନା ଜାରି ରହିଛି. ଅତି ଶୀଘ୍ର ଏଥିରେ ସମ୍ପୃକ୍ତ ଦୁର୍ବୁତ୍ତମାନଙ୍କୁ ନିଶ୍ଚିତ ଗିରଫ କରାଯିବ.


