କୃଷକ ଏକତା ମଂଚ ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ କୃଷକ ଏକତା ମଂଚ ପକ୍ଷରୁ ସୋମବାର ଜିଲାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯାଇଛି। ଦାବି ଗୁଡିକ ମଧ୍ୟରେ ରହିଛି ଜମିହରା,ଉତରାଧିକାରୀ,ପୁତ୍ର,ପତ୍ନୀ,ନାତି,ଏବଂ ପ୍ରକୃତ ଭାଗଚାଷୀଙ୍କୁ ଆଗ୍ରୀଷ୍ଟାକ ପଂଜୀକରଣ ରେ ଯଥାର୍ଥ ଅଧିକାର ଓ ସ୍ୱିକୃତି ପ୍ରଦାନ କରାଯାଉ,କୃ଼ୃଷକ ରେଜିଷ୍ଟ୍ରସନ ପ୍ରକ୍ରିୟାର ଜଟିଳ ନିୟମକୁ ସରଳ କରି ଗ୍ରାମସ୍ତରରେ ସହଜ ଓ କୃଷକ ଅନୁକୂଳ ବ୍ୟବସ୍ଥା ଯଥା କରାଯାଉ,ବିଭିନ୍ନ ମନ୍ଦିର ଓ ମଠ ଦେବତୋର ସଂପତି ମାର୍ଫତ ଚାଷ କରୁଥିବା ପ୍ରକୃତ ଚାଷୀଙ୍କୁ ମଧ୍ୟ କୃଷକ ପଂଜୀକରଣରେ ସାମିଲ କରାଯାଉ, ଧାନ ବିକ୍ରି କରିବା ପାଇଁ କୃଷକ ପଂଜୀକରଣ ବ୍ୟବସ୍ଥାକୁ ସଂପୂର୍ଣ୍ଣ ସରଳ, ପାରଦର୍ଶୀ ଓ ଦୁର୍ନିତିମୁକ୍ତ କରାଯାଉ। ଉକ୍ତ ଦାବିପତ୍ରକୁ କୃଷକ ଏକତା ମଂଚ ପକ୍ଷରୁ ସୁନିଲ କୁମାର ମାଟିଆ ପ୍ରଦାନ କରିଛନ୍ତି।


