ଦୁର୍ଘଟଣାରେ ମାମୁଁଁ ଭାଣିଜୀ ଗୁରୁତର

ବଡସାହି,(ନିରଞ୍ଜନ ମହାନ୍ତ): ବଡସାହି ପ୍ରତାପ ପୁର ରାସ୍ତା ବିଦେଶୀ ମଦ ଦୋକାନ ସମ୍ମୁଖରେ ଦୁର୍ଘଟଣା । ବାରିପଦା ପଟରୁ ଆସୁଥିବା ଏକ ବାଇକ୍ ଆରୋହୀକୁ ବଡସାହିରୁ ପ୍ରତାପପୁର ଯାଇଥିବା ଏକ ଓଡି -11 ଏଫ 9786 ନମ୍ବର ତିନିଚକିଆ ଅଟ ଧକ୍କା ଦେବାରୁ ବାଇକ୍ ଆରୋହୀ ମାମୁଁ ଭାଣିଜି ଗୁରୁତର । ବଡସାହି ଥାନା ଅନ୍ତର୍ଗତ ଚାନ୍ଦଡିହା ଗ୍ରାମର ଗଣେଶ୍ୱର ମହାନ୍ତି ତାଙ୍କର ବାରିପଦା ଭାଣିଜି ସୁସ୍ମିତା ବେହେରାଙ୍କୁ ବାରିପଦାରୁ ଘରକୁ ଆସୁଥିବା ସମୟରେ ବଡସାହି ବିଦେଶୀ ମଦ ଦୋକାନ ସମ୍ମୁଖରେ ହଠାତ୍ ଦୁର୍ଘଟଣା ହେବାରୁ ଗଣେଶ୍ୱର ମହାନ୍ତି ଙ୍କର ଡାହାଣ ଗୋଡ ସଂମ୍ପୂର୍ଣ୍ଣ ଭାଙ୍ଗି ଗୁଣ୍ଡା ହୋଇ ଯାଇଥିବା ବେଳେ ଭାଣିଜି ସୁସ୍ମିତା ବେହେରା ଙ୍କର ଡାହାଣ ଗୋଡ ଭାଙ୍ଗି ଯାଇଥିବା ଦେଖିବାକୁ ପାଇଛନ୍ତି। ତେବେ ଏହି ଦୁର୍ଘଟଣା କେବଳ ସରକାରଙ୍କ ନିୟମ କୁ ଉଲଂଘନ କରି ମୁଖ୍ୟ ରାସ୍ତା ପାର୍ଶ୍ଵରେ ହୋଇଥିବାରୁ ବିଦେଶୀ ମଦ ଦୋକାନ ହୋଇ ଥିବାରୁ ଏଭଳି ମର୍ମନ୍ତୁତ ଦୁର୍ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଏଭଳି ମର୍ମନ୍ତୁତ ସଡ଼କ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନରେ ଥିବା ବିଦେଶୀ ମଦ ଦୋକାନ ସମ୍ମୁଖରେ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବଡସାହି ପୋଲିସ୍ ଏବଂ ଅଗ୍ନିଶମ ବିଭାଗ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଆରୋହୀ ଙ୍କୁ ପ୍ରଥମେ ବଡସାହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରାଥମିକ ଚିକିତ୍ସା ପାଇଁ ପଠାଇଥିଲେ। ପରିସ୍ଥିତି ଗୁରୁତର ଥିବାରୁ କଟକ ବଡ଼ମେଡ଼ିକାଲ କୁ ପଠାଯାଇଛି ଏବଂ ଦୁର୍ଘଟଣା ଘଟାଇଥିବା ଅଟ ଚାଳକକୁ ବଡସାହି ପୋଲିସ୍ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି। ବଡସାହି ଥାନା ଅଧୀନରେ ଥିବା ବିଦେଶୀ ମଦ ଦୋକାନ ଟି ସଂମ୍ପୂର୍ଣ୍ଣ ମୁଖ୍ୟ ରାସ୍ତା କୁ ଲିଗି ଥିବାରୁ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସାଧାରଣରେ ଦାବି ହେଉଛି। ନହେଲେ ଆଗାମୀ ଦିନରେ ଏଠି ଦୁର୍ଘଟଣା ନିରିହ ଲୋକଙ୍କର ଜିବନ ଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ରୁ ମନୋରଞ୍ଜନ ବେହେରା ଫୋକସ୍ ପ୍ଲସ୍ ନିଉଜ୍।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ