ବାଲିଭଉଁରୀରୁ ବିନିଶପୁର ଭାୟା ଶିଖରଘାଟ ରାସ୍ତାକୁ ରାଜ୍ୟ ରାଜପଥ ଘୋଷଣା କରିବାକୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର
ନାଉଗାଁ, (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବାଲିଭଉଁରୀରୁ ବିନିଶପୁର ଭାୟା ଶିଖରଘାଟ ରାସ୍ତାକୁ ରାଜ୍ୟ ରାଜପଥ କରିବାକୁ ଜିଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା। ଜନସ୍ୱାର୍ଥ ସୁରକ୍ଷା କମିଟି ପକ୍ଷରୁ ସୁବାସ ସ୍ୱାଇଁ,ଗୈାରାଙ୍ଗ ଦାସ,ବିଜୟ କୁମାର ଦାସ,ଭାଗୀରଥୀ ବେହେରା ପ୍ରମୁଖ ଜିଲାପାଳଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ପ୍ରସ୍ତାବକୁ ଖୁବଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଜିଲାପାଳ ପ୍ରତିଶୃତି ଦେଇଥିଲେ। ଏହି ରାସ୍ତା ନିର୍ମାଣ ହେଲେ କଟକ, କେନ୍ଦ୍ରାପଡା, ପାରାଦୀପ, ଅସ୍ତରଙ୍ଗ, କୋଣାର୍କ, ପୁରୀ, ଭୂବନେଶ୍ୱର ଆଦି ସ୍ଥାନକୁ ସଂଯୋଗ ଓ ଯାତାୟାତ ସୁବିଧା ହୋଇ ପାରିବ ବୋଲି ଜଣାଯାଇଛି।


