ବାଙ୍କୀ ଓ ଡମପଡ଼ା ବ୍ଲକ କାର୍ଯ୍ୟାଳୟ ଆଗରେ ଲାଗିଲା ୧୬୩ ଧାରା
କଟକ, (ଓ୍ବାଇଏନଏସ): କଟକର ବାଙ୍କୀ ଓ ଡମପଡ଼ା ବ୍ଲକ କାର୍ଯ୍ୟାଳୟ ଆଗରେ ଲାଗିଲା ବି ଏନ ଏସ ୧୬୩ ଧାରା। ବ୍ଲକରେ ବିଡିଓଙ୍କ ମନମାନି ନେଇ ୨ଦିନ ପୂର୍ବରୁ ବିଜେପିର ଶତାଧିକ କର୍ମୀ କାର୍ଯ୍ୟାଳୟ ଘେରାଉ କରିଥିଲେ। ଅନେକ ସମୟରେ ବିଡିଓ ଜନସାଧାରଣଙ୍କ କଥା ଶୁଣୁନଥିବା ଅଭିଯୋଗ କରି ଆଜି ବିଜେପିପକ୍ଷରୁ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଏହାଫଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ବାଙ୍କୀ ଉପଜିଲ୍ଲାପାଳ ୧୬୩ ଧାରା ଜାରି କରିଛନ୍ତି। ଉଭୟ ବ୍ଲକର କାର୍ଯ୍ୟାଳୟ ଆଗରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ତେବେ ଏଯାଏ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।


