ବିଂଝାରପୁରରେ ହର ଘର ତ୍ରିରଙ୍ଗା ଅଭିଯାନ

ବିଂଝାରପୁର,(ପ୍ରଦୀପ କୁମାର ମଲ୍ଲିକ): ଦେଶ ୮୦ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଥିବାବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ପ୍ରତ୍ୟେକ ଘର ଉପରେ ଜାତୀୟ ପତାକା ଲଗାଇ ଦେଶପ୍ରେମର ଭାବନାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଂଝାରପୁର ନିର୍ବାଚନମଣ୍ଡଳୀରେ ବିଶାଳ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଛି। ଯାଜପୁର ଜିଲ୍ଲାର ବିଂଝାରପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଲ୍ୟାଣପୁର ମଣ୍ଡଳର ମହାକାଳ ପୀଠଠାରୁ ରାହାସ ଗୁହାଳି ହନୁମାନଙ୍କ ପୀଠ ପର୍ଯ୍ୟନ୍ତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବବିତା ମଲ୍ଲିକଙ୍କ ନେତୃତ୍ୱରେ ଏହି ବିଶାଳ ପଦଯାତ୍ରା ବାହାରିଥିଲା। ଏଥିରେ ଶହଶହ ମହିଳାଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା ଓ ସମର୍ଥକ ସାମିଲ ହୋଇ ତ୍ରିରଙ୍ଗା ପତାକା ଧରି ଦେଶପ୍ରେମର ନାରା ଦେଇଥିଲେ।ପଦଯାତ୍ରା ମାଧ୍ୟମରେ ପ୍ରତ୍ୟେକ ପରିବାର ନିଜ ଘର ଛାତ ଉପରେ ତ୍ରିରଙ୍ଗା ପତାକା ଲଗାଇବା ସହ ଭାରତ ମାତାଙ୍କୁ ସମ୍ମାନ ଓ ସାଲ୍ୟୁଟ୍ କରିବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହା ସହିତ ସ୍ୱାଧୀନତା ଦିବସର ଗୌରବମୟ ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ସହ ଦେଶର ଏକତା, ଅଖଣ୍ଡତା ଓ ଜାତୀୟତାବୋଧକୁ ମଜବୁତ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ନାରୀନେତ୍ରୀ ସଞ୍ଜୁଲତା ପଣ୍ଡା, ନମିତା ନାୟକ, ମାମିନା ରାଏ, ଶ୍ରୀଧର ଜେନା, ଜ୍ୟୋତିପ୍ରକାଶ ନାୟକ, ଶ୍ରୀକାନ୍ତ ମଲ୍ଲିକ, ଦେବେନ୍ଦ୍ର ମଲ୍ଲିକ, ରବିନ୍ଦ୍ର ପଣ୍ଡା, ରତ୍ନାକର ମଲ୍ଲିକ, ବିବେକାନନ୍ଦ ଦାସ, ଟୁକୁନା ସାହୁ ଓ ଶୁଭ୍ରାଂଶୁ ସାମଲଙ୍କ ସମେତ ବହୁ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ