ବାଲେଶ୍ୱରରେ ‘ହର ଘର ତ୍ରିରଙ୍ଗା’ ସ୍କୁଟର ରାଲି

ବାଲେଶ୍ୱର (ସରୋଜ ପଣ୍ଡା): ତ୍ରିରଙ୍ଗା ଯାତ୍ରା ଉପଲକ୍ଷେ ବାଲେଶ୍ୱର ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ ‘ହର ଘର ତ୍ରିରଙ୍ଗା’ ସ୍କୁଟର ରାଲି ଆୟୋଜିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନକ୍ରମେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁସ୍ମିତା ପଣ୍ଡାଙ୍କ ନେତୃତ୍ୱରେ ଏହି ରାଲି ଅନୁଷ୍ଠିତ ହୋଇଥିଲା। ବାରବାଟୀ ବାଳିକା ବିଦ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ସ୍କୁଟି ଶୋଭାଯାତ୍ରା ବାଲେଶ୍ୱର ନଗର ପରିକ୍ରମା କରି ଗାନ୍ଧୀ ସ୍ମୃତି ଭବନ ନିକଟରେ ଶେଷ ହୋଇଥିଲା। ଶୋଭାଯାତ୍ରାରେ ଶତାଧିକ ମହିଳା ତ୍ରିରଙ୍ଗା ପତାକା ଧରି ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ଦେଇଥିଲେ। କାର୍ଯ୍ୟକ୍ରମରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଷମା ବିଶ୍ୱାଳ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଚନ୍ଦ୍ରଶେଖର ନନ୍ଦ ଏବଂ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ନାରାୟଣ ମହାନ୍ତ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଜିଲ୍ଲା ମହିଳା ମୋର୍ଚ୍ଚାର ପଦାଧିକାରୀ, ବିଭିନ୍ନ ମଣ୍ଡଳର ପଦାଧିକାରୀ ଓ ବାଲେଶ୍ୱର ଜିଲ୍ଲାର ବହୁ ସଂଖ୍ୟକ ମହିଳା କର୍ମକର୍ତ୍ତା ଓ ସମର୍ଥକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ତ୍ରିରଙ୍ଗା ପତାକାକୁ ସମ୍ମାନ ଜଣାଇବା ସହ ଦେଶର ଏକତା, ଅଖଣ୍ଡତା ଓ ଦେଶପ୍ରେମର ଭାବନାକୁ ଆହୁରି ସୁଦୃଢ଼ କରିବାର ବାର୍ତ୍ତା ନେଇ ଏହି ରାଲି ଆୟୋଜିତ ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ