ଅଡବା ପୋଲିସ ଦ୍ୱାରା140 ବସ୍ତା ଗୁଟଖା ଜବତ

 ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ସାରା ଜିଲ୍ଲାରେ ପୋଲିସର ପେଟ୍ରୋଲିଂ ଓ ଚଢାଉ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ପୁଲିସ ପକ୍ଷରୁ ଅଡବା ଠାରେ ପେଟ୍ରୋଲିଂ ଚାଲିଥିବା ସମୟରେ ଏକ ଟ୍ରକକୁ ସନ୍ଦେହ ରେ ଯାଞ୍ଚ କରି କରିଥିଲେ | ଯାଞ୍ଚ ପରେ ଏଥିରେ ବେଆଇନ ଭାବେ ଗୁଟଖା ଚାଲାଣ ହେଉଥିବା ଜଣା ପଡିଥିଲା। ଏହି ଗୁଟଖା ବ୍ରହ୍ମପୁରରୁ ଜୟପୁର ଯାଉଥିବା ବେଳେ ସମସ୍ତ କାଗଜ ପତ୍ର ଯାଞ୍ଚ ପରେ ଜବତ କରିଛି ଅଡବା ପୋଲିସ। ଜବତ ହୋଇଥିବା ଗୁଟଖାର ଆନୁମାନିକ ମୂଲ୍ୟ ପ୍ରାୟ 10 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ଅଡ଼ବା ଥାନା ଅଧିକାରୀ। ଟ୍ରକ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଥିବା ସୂଚନା ମିଳିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ