ରକ୍ତଦାନ ଶିବିର ଅନୁଷ୍ଠିତ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଋତୁକାଳୀନ ରକ୍ତ ଅଭାବକୁ ଦୂର କରିବା ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ, ଓଡ଼ିଶା ରକ୍ତଦାତା ମହାସଂଘ ପକ୍ଷେଉ ସେଣ୍ଟ୍ରାଲ ଟୁଲ୍ ରୁମ୍ ଆଣ୍ଡ ଟ୍ରେନିଂ ସେଣ୍ଟର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ସିଟିଟିସି କର୍ତ୍ତୃପକ୍ଷଙ୍କ ସହଯୋଗରେ ଏବଂ କଟକ ଏସସିବି ମେଡିକାଲ କଲେଜ ରକ୍ତଭଣ୍ଡାରର ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ଶିବିରରେ ମୋଟ ୧୬୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ବର୍ଷା ଦିନେ ସାଧାରଣତଃ ରକ୍ତଦାତାଙ୍କ ସଂଖ୍ୟା କମିଯାଉଥିବାରୁ ଆଞ୍ଚଳିକ ରକ୍ତଭଣ୍ଡାରଗୁଡ଼ିକରେ ରକ୍ତ ଅଭାବ ଦେଖାଦେଇଥାଏ। ଏଭଳି ସମୟରେ ଏହି ପରିମାଣର ରକ୍ତ ସଂଗ୍ରହକୁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଭାବେ ବିବେଚନା କରାଯାଉଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରକ୍ତଦାତା ମହାସଂଘର ସଭାପତି ଅକ୍ଷୟ କୁମାର ରାଉତ, କାର୍ଯ୍ୟକାରୀ ସଭାପତି ଡକ୍ଟର ନରେଶ ସାହୁ, ମୀନାକେତନ ଓ ରାଜେଶ ପଣ୍ଡା ପ୍ରମୁଖଙ୍କ ସକ୍ରିୟ ନେତୃତ୍ୱ ନେଇଥିଲେ। ଏହି ନେତୃତ୍ୱ ଟିମ୍ ସିଟିଟିସିର ନିର୍ଦ୍ଦେଶକ/ଜେନେରାଲ ମ୍ୟାନେଜର ଇଞ୍ଜିନିୟର ଏଲ୍. ରାଜଶେଖର , ପ୍ରଶାସନିକ ସଦସ୍ୟ ଏବଂ ଅଧ୍ୟାପକ ବୃନ୍ଦ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସିଟିଟିସିର ଛାତ୍ରଛାତ୍ରୀ, କର୍ମଚାରୀ ଏବଂ ଅଧ୍ୟାପକମାନଙ୍କ ଉତ୍ସାହଜନକ ଭାଗଗ୍ରହଣ ଯୋଗୁଁ ଏହି ରକ୍ତଦାନ ଅଭିଯାନ ସଫଳ ହୋଇପାରିଛି। ମହାସଂଘର ପ୍ରତିନିଧିମାନେ ସିଟିଟିସି ପରିବାରର ଏହି ମିଳିତ ପ୍ରଚେଷ୍ଟାକୁ ପ୍ରଶଂସା କରିଛନ୍ତି। ସଂଗୃହିତ ୧୬୨ ୟୁନିଟ୍ ରକ୍ତ କଟକ ଏସସିବି ରକ୍ତଭଣ୍ଡାରର ଆବଶ୍ୟକତା ପୂରଣ କରି ବହୁ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିବ।


