ସମବାୟ ଚିନିଶିଳ୍ପରେ ନିଶାମୁକ୍ତ ଭାରତ ଅଭିଯାନ

ଆସିକା (ୱାଇଏନ୍‍ଏସ୍‍): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପକ୍ଷରୁ ଆସିକା ସମବାୟ ଚିନିଶିଳ୍ପର କୃଷକ ଭବନ ପରିସରରେ ଗୁରବାର ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଭାରତ ସରକାର ଏବଂ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟାଳୟ ମାଉଣ୍ଟଆବୁ ରାଜସ୍ଥାନର ମିଳିତ ସହଯୋଗରେ ନିଶାମୁକ୍ତ ଯୁବ ସମାଜ ଗଠନ ପାଇଁ ଗତ ୨ ତାରିଖ ଠାରୁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ନିଶାମୁକ୍ତ ଭାରତ ଅଭିଯାନ ଏବଂ ମିଶନ୍‍ ସ୍ଫନ୍ଦନ ଅନ୍ତର୍ଗତ ବିକଶିତ ଭାରତ ଆଡକୁ ଏକ ଦୃଢ ପଦକ୍ଷେପ ସ୍ୱରୂପ ୧୦ କୋଟି ନିଶାମୁକ୍ତ ମହାଅଭିଯାନ ଓ ନିଶାମୁକ୍ତ ଜୀବନ ପାଇଁ ଶପଥପାଠ କାର୍ଯ୍ୟକ୍ରମ ପାଳନ ଅବସରରେ ଅନୁଷ୍ଠିତ ସଚେତନତା ସଭାରେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଅଧ୍ୟକ୍ଷତା କରିଥିଲା ବେଳେ ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡା, ସମବାୟ ଚିନିଶିଳ୍ପର ଆକାଉଣ୍ଟସ୍‍ ଅଫିସର ଚିତ୍ତ ଚିନ୍ମୟ ରଂଜନ ନାୟକ, ମୁଖ୍ୟ ସୁରକ୍ଷା ଅଧିକାରୀ ପ୍ରଦୀପ କୁମାର ପାଢୀ, ଅବସରପ୍ରାପ୍ତ ଶିକ୍ଷକ ଦୁର୍ଗାପ୍ରସାଦ ପଣ୍ଡା ପ୍ରମୁଖ ଯୋଗଦେଇ ନିଶାସେବନ ଦ୍ୱାରା ସାମାଜିକ, ଶାରୀରିକ ଓ ମାନସିକ କ୍ଷେତ୍ରରେ ପଡୁଥିବା କୁପ୍ରଭାବ ଓ ଭୟାବହ ପରିଣାମ ସାଙ୍ଗକୁ ବ୍ୟକ୍ତିଗତ ଜୀବନରେ ବୃଦ୍ଧି ପାଉଥିବା କ୍ଷତି ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ମାର୍ଗଦର୍ଶନ କରି ଏକ ସୁସ୍ଥ ଓ ସାମାଜିକ ଜୀବନଶୈଳୀ ଅବଲମ୍ବନ କରିବାକୁ ପରାମର୍ଶ ଦେବା ସହ ଯୁବ ସମାଜ ସଦାସର୍ବଦା ରାଜଯୋଗ ମାଧ୍ୟମରେ ଧ୍ୟାନ, ଆଧ୍ୟାତ୍ମିକ ଚେତନା, ସକରାତ୍ମକ ଚିନ୍ତାଧାରା ଓ ନୈତିକ ମୂଲ୍ୟବୋଧ ମାଧ୍ୟମରେ କିପରି ନିଶାମୁକ୍ତ ସମାଜ ଗଠନ କରାଯାଇପାରିବ ତାହାରି ଉପରେ ଆଲୋକପାତ କରିଥିବା ଦେଖିବାକୁ ମିଳିଥିଲା । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପକ୍ଷରୁ ଆସିକା ସମବାୟ ଚିନିଶିଳ୍ପ ପରିସରରେ ଅନୁଷ୍ଠିତ ନିଶାମୁକ୍ତ ଭାରତ ଅଭିଯାନ ସଂକ୍ରାନ୍ତୀୟ ସଚେତନତା କାର୍ଯ୍ୟକ୍ରମ ପାଳନ ଅବସରରେ ଉପସ୍ଥିତ କର୍ମଚାରୀମାନଙ୍କୁ ନେଇ ନିଶା ଠାରୁ ଦୂରରେ ରହିବାକୁ ଏକ ଶପଥପାଠ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିକଶିତ ଭାରତ-୨୦୪୭ ର ସ୍ୱପ୍ନକୁ ସାକାର କରିବା ପାଇଁ ଯୁବଶକ୍ତିର ଭୂମିକା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ବେଳେ ଯୁବପିଢୀ ନିଶାମୁକ୍ତ, ସୁସ୍ଥ, ଶୃଙ୍ଖଳିତ ଓ ଦାୟିତ୍ୱବାନ୍‍ ହେବା ଦିଗରେ ପ୍ରତିଜ୍ଞାବଦ୍ଧ ହେବାକୁ ପରାମର୍ଶ ବି ଦିଆଯାଇଥିଲା । ଆସିକା ସମବାୟ ଚିନିଶିଳ୍ପ ଲିଃ ପରିସରରେ ଅନୁଷ୍ଠିତ ହୋଇଥିବା ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ସମବାୟ ଚିନିଶିଳ୍ପର କର୍ମଚାରୀ ଅସିତ୍‍ କୁମାର, ଆଶୁତୋଷ ମହାପାତ୍ର, ସୁଶାନ୍ତ କୁମାର ପାତ୍ର, ଉଲ୍ଲାସ ରେଡି, ଅକ୍ଷୟ କୁମାର ସ୍ୱାଇଁ, ଅନିଲ୍‍ କୁମାର ଦାଶ, ଶ୍ରୀନିବାସ ମହାପାତ୍ର, କେଦାର ନାଥ ସାହୁ, ଜୟରାମ ଯାଦବ, ଅତୁଲ୍ୟ ଖଣ୍ଡୁଆଳ, ଅଶୋକ କୁମାର ପ୍ରଧାନ, ପ୍ରଦୀପ କୁମାର ବେହେରା, ଦିଲୀପ କୁମାର ଗୌଡ, ରାଜେଶ୍‍ କୁମାର ନାହାକ, ଜଗନ୍ନାଥ ପଟ୍ଟନାୟକ, ସତ୍ୟବାନ୍‍ ଲେଙ୍କା, ବିଶ୍ୱନାଥ ପାଣିଗ୍ରାହୀ, ବିଷ୍ଣୁପ୍ରସାଦ ଜେନା, ଶିବରାମ ନାହାକଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ବିଶ୍ୱର ସର୍ବବୃହତ୍‍ ଆଧ୍ୟାତ୍ମିକ ସଂଗଠନ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ମୁଖ୍ୟାଳୟର ପ୍ରାକ୍ତନ ମୁଖ୍ୟ ପ୍ରଶାସିକା ଦାଦି ପ୍ରକାଶମଣିଜୀଙ୍କ ପବିତ୍ର ସ୍ମୃତିରେ ବିକଶିତ ଭାରତ ଆଡକୁ ଏକ ଦୃôଢ ପଦକ୍ଷେପ ସ୍ୱରୂପ ନିଶାମୁକ୍ତ ଭାରତ ଅଭିଯାନ ଏବଂ ମିଶନ୍‍ ସ୍ପନ୍ଦନ ଅନ୍ତର୍ଗତ ୧୦ କୋଟି ନିଶାମୁକ୍ତି ପ୍ରତିଜ୍ଞା ମହାଅଭିଯାନ ଗତ ୨ ତାରିଖଠାରୁ ଆରମ୍ଭ ହୋଇଥିବା ଜଣାପଡିଛି । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ରାଜସ୍ଥାନ ଶାନ୍ତିବନ ମାଉଣ୍ଟଆବୁ ମୁଖ୍ୟାଳୟର ଚିକିତ୍ସା ପ୍ରଭାବ, ରାଜଯୋଗ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନର ପରାମର୍ଶକ୍ରମେ ଏହିି ନିଶାମୁକ୍ତ ଭାରତ ଅଭିଯାନର ଆରମ୍ଭ ହୋଇସାରିଛି । ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ପ୍ରଭାତୀ ଭଉଣୀ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେଇ ଯୁବପିଢୀମାନେ ନିଶାଦ୍ରବ୍ୟର ଅପବ୍ୟବହାର ଠାରୁ ଦୂରେଇ ରହି ସକରାତ୍ମକ ସାମାଜିକ ପରିବର୍ତ୍ତନର ସାରଥୀ ହେବାକୁ ଆହ୍ୱାନ କରୁଥିବା ଦେଖିବାକୁ ମିଳୁଛି । ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆସିକା ସମବାୟ ଚିନିଶିଳ୍ପ ପରିସରରେ ଅନୁଷ୍ଠିତ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ପାଳନ ଅବସରରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଏବଂ ନାର୍କୋଟିକ୍‍ କଣ୍ଟ୍ରୋଲ୍‍ ବ୍ୟୁରୋ (ଏନ୍‍ସିବି) ପକ୍ଷରୁ ପ୍ରଦତ୍ତ ନିଶାମୁକ୍ତି ସଂକଳ୍ପ ଅଭିଯାନର ପ୍ରମାଣପତ୍ର ଶିଳ୍ପାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ