ନଶାମୁକ୍ତ ଭାରତ ଅଭିଯାନ ଅବସରରେ ସଚେତନତା କାର୍ଯ୍ୟକ୍ରମ

ସୋରଡ଼ା,(ରଜନୀକାନ୍ତ ମହାପାତ୍ର): ସୋରଡ଼ା ବ୍ଲକ୍ ଅନ୍ତର୍ଗତ ଜବାହର ଜ୍ୟୋତି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସୁରମଣି, ନୂଆଗଡ଼ା ପରିସରରେ ନଶାମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଏକ ସଚେତନତା କାର୍ଯ୍ୟକ୍ରମ ବ୍ରହ୍ମକୁମାରୀଜ୍, ଆସିକାଙ୍କ ସହଯୋଗରେ ଆୟୋଜିତ ହୋଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ଶ୍ରୀ ସିଲୁ ସେଠୀ ସଭାପତିତ୍ୱ କରିଥିଲେ। ନଶାଦ୍ରବ୍ୟର କୁପ୍ରଭାବ, ଏହାରୁ ଦୂରେଇ ରହିବାର ଆବଶ୍ୟକତା ଏବଂ ଏକ ସୁସ୍ଥ, ସୁନ୍ଦର ଓ ନଶାମୁକ୍ତ ସମାଜ ଗଠନରେ ଯୁବପିଢ଼ିର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପକ-ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ପାତ୍ର (ଓଡ଼ିଆ), ଘନଶ୍ୟାମ ବେହେରା (ଇତିହାସ), ଶ୍ରୀମତୀ ଜମୁନା ଖୁଣ୍ଟିଆ (ଇଂରାଜୀ), ଶ୍ରୀମତୀ ସୁଜାତା କୁମାରୀ ମହାରଣା (ଓଡ଼ିଆ) ଏବଂ ଶ୍ରୀମତୀ ମମତା ପଣ୍ଡା (ଅର୍ଥନୀତି)ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦାନ କରିଥିଲେ। ଛାତ୍ରଛାତ୍ରୀମାନେ ନଶାକୁ ନା, ଜୀବନକୁ ହଁ ବାର୍ତ୍ତା ସହିତ ନିଜେ ନଶାମୁକ୍ତ ରହିବା ଏବଂ ଅନ୍ୟମାନଙ୍କୁ ମଧ୍ୟ ନଶାରୁ ଦୂରେଇ ରଖିବା ପାଇଁ ସଚେତନତାର ବାର୍ତ୍ତା ଦେଇଥିଲେ। ଏହି ଅବସରରେ ନଶାମୁକ୍ତ ଯୁବପିଢ଼ି ଗଠନ, ସୁସ୍ଥ ଜୀବନଶୈଳୀ ଆପଣାଇବା ଏବଂ ନଶା ବିରୋଧରେ ସାମୂହିକ ସଚେତନତା ସୃଷ୍ଟି କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ। କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନଶା ବିରୋଧୀ ସଚେତନତା ସୃଷ୍ଟି କରିବା ସହ ଏକ ସୁସ୍ଥ ଓ ନଶାମୁକ୍ତ ସମାଜ ଗଠନର ଦୃଢ଼ ବାର୍ତ୍ତା ପ୍ରଦାନ କରିଥିଲା.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ