ଜିଲ୍ଲାସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ

ବାଲେଶ୍ୱର, (ଓ୍ବାଇଏନଏସ): ଆଜି ସକାଳ ୯.୧୫ ଘଟିକାରେ ବାଲେଶ୍ୱର ପୋଲିସ ପ୍ୟାରେଡ୍ ପଡିଆ ଠାରେ ଜିଲ୍ଲା ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ଗରିମାମୟ ଭାବେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡ଼ିଶା ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ସଲାମୀ ଗ୍ରହଣ କରିଥିଲେ । ମାନ୍ୟବର ବିଧାୟକ ବାଲେଶ୍ୱର ସଦର ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ଜିଲ୍ଲାପାଳ ବାଲେଶ୍ୱର ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୁର ବିକାଶ, ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଜିଲ୍ଲା  ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରବୋଧ କୁମାର ମଲ୍ଲିକ, ପ୍ରମୁଖ ଅଧିକାରୀ ବୃନ୍ଦ ଏବଂ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ । ଭୋର ସକାଳ ୪ ଘଟିକା ସମୟରେ ସହର ସାରା ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୁନ ପରିବେଷଣ କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ ଆବାସ କାର୍ଯ୍ୟାଳୟ ,ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ସାମ୍ବାଦିକ ପ୍ରକୋଷ୍ଠ ଓ ଅଫିସର କ୍ଲବରେ  ଜିଲ୍ଲାପାଳ ମହୋଦୟ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ  ମାଲ୍ୟାର୍ପଣ କରିଥିଲେ । ପୂର୍ବାହ୍ନ ୯.୧୫ ଘଟିକାରେ ପୋଲିସ ରିଜର୍ଭ ପଡିଆଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପତାକା ଉତ୍ତୋଳନ ପରେ ପ୍ୟାରେଡ୍, ପ୍ରଜ୍ଞାପନ ମେଢ଼, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୋଲିସ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କର ମୋଟ ୫୫ଟି କଣ୍ଟିଜେଣ୍ଟ ପ୍ୟାରେଡରେ ଭାଗ ନେଇଥିଲେ ଏବଂ ୮ଟି ପ୍ରଜ୍ଞାପନ ମେଢ଼ ଓ ମହାବୀର ଆଖଡ଼ା ସଂଘ ସମେତ ମୋଟ ୫ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ ।
ପ୍ରତିଭାସମ୍ପନ୍ନ ବ୍ୟକ୍ତିମାନଙ୍କୁ ମାନପତ୍ର ପ୍ରଦାନ ସହ ପ୍ୟାରେଡ୍ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଜୟୀ ଦଳମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ମନ୍ତ୍ରୀ ମହୋଦୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତଦାନ ଶିବିର ପରିଦର୍ଶନ କରି ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ପରେ ବାଲେଶ୍ୱର ଜେଲରେ ଥିବା କଏଦୀ ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ଅପରାହ୍ନରେ ଜିଲ୍ଲା ପ୍ରଶାସନ ଓ ସାମ୍ବାଦିକମାନଙ୍କ ମଧ୍ୟରେ ବନ୍ଧୁତାପୂର୍ଣ୍ଣ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ୟାରେ ଗାନ୍ଧୀ ସ୍ମୃତି ଭବନରେ ସାଂସ୍କୃତିକ ସନ୍ଧ୍ୟା ଆୟୋଜିତ ହୋଇ ଚିତ୍ରାଙ୍କନ, ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ