ଆମ ଆଦମୀ ପାର୍ଟିର ୮୦ତମ ସ୍ୱାଧୀନତା ଦିବସ

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟ ନିକଟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଦେଶପ୍ରେମର ସହ ପାଳନ କରାଯାଇଥିଲା। ଏହି ଅବସରରେ ରାଜ୍ୟ ସଂଗଠନ ସମ୍ପାଦକ ସନ୍ଦୀପ୍ତ ଦାସ ଉପସ୍ଥିତି ରହି ପତାକା ଉତ୍ତୋଳନ କରିଥିଲେ।ପତାକା ଉତ୍ତୋଳନ ପରେ ଶ୍ରୀ ଦାସ ସଂକ୍ଷିପ୍ତ ଅଭିଭାଷଣ ରଖି ଦେଶର ସ୍ୱାଧୀନତା, ଏକତା, ଭାଇଚାରା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆହୁରି ସୁଦୃଢ଼ କରିବା ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ଜିଲା ସାଧାରଣ ସମ୍ପାଦକ ସୂର୍ଯ୍ୟକାନ୍ତ ପରିଡ଼ା, ବରିଷ୍ଠ ସଦସ୍ୟ ବାନାମ୍ୱର ସାହୁ, ରୁଦ୍ର ପ୍ରସାଦ ବେହେରା, ପ୍ରକାଶ କୁମାର ସେଠୀ, କୁମୁଦ କୁମାର ରାଉତ, ସାଗରୀକା ଦାସ, ସୁହାନା ବିବି, ସତ୍ୟ ରଞ୍ଜନ ପରିଡ଼ା, ମହମ୍ମଦ ଜାହିଦୂର୍ ରହେମାନ, ମହମ୍ମଦ ସାହିଲ ଫୈଜଲ,ମହମ୍ମଦ ଇଶ୍ମାଇଲ, ଇନ୍ତେଖାବ ସୁହେଲ ଖାନ୍ ପ୍ରମୁଖ ଯୋଗ ଦେଇଥିଲେ। ଏଥିସହିତ ଆମ୍ ଆଦମୀ ପାର୍ଟିର ବହୁ ବରିଷ୍ଠ ନେତା, ଆଇନଜୀବୀ, ଯୁବ ନେତା, କର୍ମୀ ଓ ସମର୍ଥକମାନେ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନକୁ ସଫଳ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ