ଅର୍ବାନବ୍ୟାଙ୍କ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ଅର୍ବାନବ କୋପରେଟିଭ ବ୍ୟାଙ୍କ ପକ୍ଷରୁ କଜଳାସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ପରିଚାଳନା ପରିଷଦ ସଭାପତି ଗୁରୁପ୍ରସାଦ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏହି ଅବସରରେ ସଭାପତି ଶ୍ରୀ ମହାନ୍ତି କହିଥିଲେ ଯେ ଆସନ୍ତୁ ଏହି ପବିତ୍ର ଦିବସରେ ଆମେ ସମସ୍ତେ ମିଳିମିଶି ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଢିତୋଳିବା ପାଇଁ ସଙ୍କଳ୍ପ ନେବା। ଆଜି ଦିନରେ ବ୍ୟାଙ୍କ ଗୁଡିକ ଯେଉଁଭଳି ଭାବେ ଆଧୁନିକ ଜ୍ଞାନ କୈାଶଳରେ ଚାଲିଲାଣି ସେଥିପାଇଁ ଆମେ ସମସ୍ତେ ସେହିଭଳି ଭାବରେ ପ୍ରସ୍ତୁତ ରହିବାକୁ ପଡିବ। ଫଳରେ ଆମେ ବ୍ୟାଙ୍କକୁ ଆଗେଇ ନେଇପାରିବା ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ମହେନ୍ଦ୍ର ପରିଡା, ବିଧୁଭୂଷଣ ମହାପାତ୍ର, ରଶ୍ମୀରଞ୍ଜନ ଚୋଧୁରୀ, ଶାନ୍ତିଭୂଷଣ ଭୂୟାଁ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗ୍ୟଲକ୍ଷ୍ମୀ ପଣ୍ଡା, ଜେନେରାଲ ମ୍ୟାନେଜର ରାଜୀବଲୋଚନ ପଣ୍ଡା, ସୁରେଶ ପରିଡା, ମ୍ୟାନେଜର ହିମାଂଶୁଲେଙ୍କା, ଲଲାଟେନ୍ଦୁ କେଶରୀ ଦାସ, ଆଦିତ୍ୟ ଶତପଥୀ, ମିନାକ୍ଷୀ ପାଣି,ସୁକାନ୍ତ କର, ଭଞ୍ଜକିଶୋର ଜେନା,ସଙ୍ଗିତା ନାୟକ, ସଶ୍ମିତା ବିଶ୍ୱାଳ, କିରଣ ବଳ, ପ୍ରମିଳା ସେଠୀ, ଅବଦୁଲ କରିମ, ଉତ୍ତମ ନାୟକ, ତ୍ରିଲୋଚନ ପରିଡା, ତ୍ରିଲୋଚନ ମଲିକ, ପ୍ରଶାନ୍ତ ମୁଦୁଲି, ଉମେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।


