ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ସ୍ୱାଧୀନତା ଦିବସ

ଖଲ୍ଲିକୋଟ(ଓ୍ବାଇଏନଏସ):  ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ରେ ୮0ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ବିଶ୍ୱ ବିଦ୍ୟାଳୟର ନୂତନ ନିଯୁକ୍ତ କୁଳପତି ପ୍ରଫେସର ଅସୀମା ସାହୁ ପ୍ରଥମେ ଖଲ୍ଲିକୋଟ ମହାବିଦ୍ୟାଳୟର ପ୍ରତିଷ୍ଠାତା ରାଜା ଶ୍ରୀ ହରିହର ମର୍ଦ୍ଦରାଜ ଦେଓ ଏବଂ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏନ. ସି. ସି. କ୍ୟାଡେଟ ମାନେ ଗାର୍ଡ ଅଫ ଅନର ସହିତ ପ୍ରଫେସର ସାହୁଙ୍କୁ ପାଛୋଟି ନେଇଥିଲେ। ବନ୍ଦେମାତରମ ସଂଗୀତ ଗାନ ପରେ ଜଣ ଗଣ ମନ ରାଷ୍ଟ୍ରୀୟ ସଂଗୀତ ସହ ସସମ୍ମାନେ ଜାତୀୟ ପତାକା ଉତ୍ତୋଳନ କରିଥିଲେ କୁଳପତି ପ୍ରଫେସର ସାହୁ। ଏହା ସହ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀଙ୍କ ଅଭିବାଦନ ଗ୍ରହଣ କରିଥିଲେ l ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମବେତ କଣ୍ଠରେ ରାଷ୍ଟ୍ରୀୟ ସଂଗୀତ ଗାନ କରିଥିଲେ। କୁଳପତି ନିଜ ଅଭିଭାଷଣ ରେ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଓ ଅନ୍ୟ ସମସ୍ତ ଜନନେତା ତଥା ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନର ସ୍ମୃତି ଚାରଣ କରିବା ମଧ୍ୟରେ ଗଞ୍ଜାମର ସ୍ୱାଧୀନତା ସଂଗ୍ରାମୀ ତଥା ନାରୀ ମାନଙ୍କ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନକୁ ଭୁଲି ନ ଯିବା ନିମନ୍ତେ ଆହ୍ୱାନ ଦେଇଥିଲେ। ଛାତ୍ରଛାତ୍ରୀମାନେ ସେହି ମହାନ ବ୍ୟକ୍ତିଙ୍କୁ ଉଚିତ ମର୍ଯ୍ୟାଦା ଦେବାକୁ କହିଥିଲେ। ଏହି ଅବସରରେ ବିଶ୍ଵବିଦ୍ୟାଳୟର ସ୍ବେଛାସେବୀମାନଙ୍କୁ ସେମାନଙ୍କ ସ୍ବେଛାକୃତ ସେବା ବା ସହଯୋଗ ନିମନ୍ତେ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ