ଅଟଳଜୀଙ୍କ ପୁଣ୍ୟତିଥିରେ ଗୁଣୁପୁର ଭାଜପା ପକ୍ଷରୁ ସ୍ମୃତିଚରଣ ସଭା

ଗୁଣୁପୁର,(ୱାଇଏନଏସ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି ଅବସରରେ ଗୁଣୁପୁର ପୂର୍ତ୍ତ ଡାକ ବଙ୍ଗଳାଠାରେ ବାଜାପା ପକ୍ଷରୁ ଏକ ସ୍ମୃତିଚରଣ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ଅଟଳଜୀଙ୍କ ମହାନ ବ୍ୟକ୍ତିତ୍ୱ, ରାଷ୍ଟ୍ରସେବା, ଦୂରଦର୍ଶୀ ନେତୃତ୍ୱ ଓ ଦେଶର ଉନ୍ନତି ପାଇଁ ତାଙ୍କର ଅମୂଲ୍ୟ ଅବଦାନର ସ୍ମୃତି ଚାରଣ କରାଯାଇଥିଲା।ଅଟଳଜୀଙ୍କ ଆଦର୍ଶ, ନୀତି ଓ ରାଷ୍ଟ୍ରପ୍ରତି ସମର୍ପଣ ଆଗାମୀ ପିଢ଼ିକୁ ସଦା ପ୍ରେରଣା ଦେଇଚାଲିବ। ଅଟଳଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ନେତାମାନେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ବିଦ୍ୟାଧର ଶବର, ଭାଜପା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ୱାଇ. ଗଣପତି, ଜିଲ୍ଲା ଉପସଭାପତି ଶ୍ରୀନିବାସ ସ୍ୱାଇଁ, ପୂର୍ବତନ ପୌର ଉପାଧ୍ୟକ୍ଷ ମୁଖି ଭେଙ୍କଟ ରାବଣା, କଲକା ନାଗେଶ୍ୱର ରାଓ, ସଂଗ୍ରାମ କେଶ୍ଵରୀ ସାହୁ, ଅମର କୁମାର ସାହୁ,କିରଣ କୁମାର ପାଣିଗ୍ରାହୀ, ଶ୍ରୀରାମ ମୂର୍ତ୍ତିଙ୍କ ସମେତ ବହୁ ବରିଷ୍ଠ ଓ ଯୁବ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ