ଚିନ୍ମୟ ମିଶନ୍‍ ଆସିକା ଶାଖାରେ ସ୍ୱାଧୀନତା ଦିବସ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ଅଞ୍ଚଳର ଅନ୍ୟତମ ସର୍ବବୃହତ୍‍ ଆଧ୍ୟାତ୍ମିକ ସଂଗଠନ ଚିନ୍ମୟ ମିଶନ୍‍ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଚିନ୍ମୟ ମିଶନ୍‍ ଆସିକା ଶାଖାର ସଂପାଦକ ତଥା ବରିଷ୍ଠ ଆଧ୍ୟାତ୍ମିକପ୍ରେମୀ ନିରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ଅନୁଷ୍ଠିତ ହୋଇଥିବା ୮୦ତମ ସ୍ୱାଧୀନତା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସାଙ୍ଗକୁ ୧୯୪୭ ମସିହା ଅଗଷ୍ଟ ମାସ ୧୫ ତାରିଖରେ ଅଗଣିତ ସତ୍ୟନିଷ୍ଟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ପାଥେୟ କରି ଆମେ ବହୁ ପ୍ରତିକ୍ଷିତ ସ୍ୱାଧୀନତା ପାଇଥିଲା ବେଳେ ତ୍ରିରଙ୍ଗା ଆମର ଏକତା ଓ ଅଖଣ୍ଡତାର ପ୍ରତୀକ ହୋଇଥିଲା ବେଳେ ଦେଶମାତୃକାର ସେବା, ଅଖଣ୍ଡତା ରକ୍ଷା ପାଇଁ ଆହ୍ୱାନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଲିଃର ପ୍ରାକ୍ତନ ସଂପାଦକ ତଥା ଚିନ୍ମୟ ମିଶନ୍‍ ଆସିକା ଶାଖାର ସଂପାଦକ ଆଧ୍ୟାତ୍ମିକପ୍ରେମୀ ନିରଞ୍ଜନ ମହାନ୍ତି ଯୋଗଦେଇ ସ୍ୱାଧୀନତା ଦିବସ ପାଳନର ଲକ୍ଷ୍ୟ, ଆଭିମୁଖ୍ୟ, ତାତ୍ପର୍ଯ୍ୟ ଉପରେ ଆଲୋକପାତ କରି ଦେଶର ସ୍ୱାଧୀନତା ପାଇଁ ସ୍ୱାଧୀନତା ସଂଗ୍ରାମୀମାନଙ୍କ ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ । ଚିନ୍ମୟ ମିଶନ୍‍ ଆସିକା ଶାଖା ପକ୍ଷରୁ ଅନୁଷ୍ଠିତ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ବେଳେ ମହାମନିଷୀମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଧ୍ୟାତ୍ମିକପ୍ରେମୀ ଧିରେନ୍‍ କୁମାର ପଣ୍ଡା, ବୃନ୍ଦାବନ ବେହେରା, ନାରାୟଣ ସ୍ୱାଇଁ, ଇ.ଭେଙ୍କେଟରମଣ ପାତ୍ର, ଶତୃଘ୍ନ ଗୌଡ, ବିମ୍ବାଧର ପାତ୍ର, ରଣଜିତ୍‍ ପଟ୍ଟନାୟକ, ସୁକାନ୍ତ ସାହୁ, ଏମ୍‍.ରାମପ୍ରସାଦ ପୃଷ୍ଟି, ସୁରେନ୍ଦ୍ର ମହାରଣାଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ