ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡ଼ାର କମ୍ୟୁନିଟି ହୋଲ ପରିସରରେ ଓଡ଼ିଶା ସରକାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏବଂ ପଞ୍ଚାୟତ ସମିତି ମୁନିଗୁଡ଼ା ସାମାଜିକ ସୁରକ୍ଷା ବିଭାଗ ଆୟୋଜିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁନା ତାଡିଙ୍ଗି ଓ ସହକାରୀ ସାମାଜିକ ସୁରକ୍ଷା ଅଧିକାରୀ କଳ୍ପନା ସାହୁଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଶିବିରରେ  ଅତିଥିଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼,ଏଲିଜାବେଥ ଗୋରଡା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ, ରାୟଗଡ଼,ଶ୍ରୀକାନ୍ତ କୁମାର ପାଣିଗ୍ରାହୀ,ସିଡିପିଓ ପି.ହରୀଲଷ୍ମୀ,ପିଇଓ ରମେଶ ତୁଳ,ମଣ୍ଡଳ ସଭାପତି ସୁବାଷ ଗୌଡ଼, ଭୀମ ବେହେରା ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ। ପରେ ଏହି ଶିବିର ପାଳନର ମୁଖ୍ୟ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଏହି ଶିବିରରେ ଭିନ୍ନକ୍ଷମ ଲୋକ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ସେମାନଙ୍କୁ ଅନ ଲାଇନ୍ ପ୍ରମାଣ ପତ୍ର ପାଇଁ ପଞ୍ଜିକରଣ,ଆଧାର ପଞ୍ଜିକରଣ, ଆଦି ସୁବିଧା କରାଯାଇଥିଲା।  ଉକ୍ତ ଶିବିରରେ ୨୧୦ ଜଣ ଭିର୍ନକ୍ଷମ ମହିଳା, ପୁରୁଷ ଓ ଶିଶୁ ମାନେ ପଞ୍ଜିକରଣ କରିଥିଲେ। ଏହି ଶିବିରରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଚକ୍ଷୁ ବିଶେଷଜ୍ଞ ତନ୍ମୟ ବେହେରା,ମେଡ଼ିସିନ ସ୍ପେଶାଲିଷ୍ଟ ଡା.ଏ. ଗୌରୀ ଶଙ୍କର ରାଓ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡା. ଏଲ.କେ.ସ୍ୱାମୀ, ଡା.ରାକେଶ ପାଢ଼ୀ, ବରିଷ୍ଠ ଫାର୍ମାସି ଅଫିସର ଜଗନ୍ନାଥ ନାୟକ, ଅଡିଓଲୋଜିଷ୍ଟ  ସୁପ୍ରଭା ପଣ୍ଡା ପ୍ରମୁଖଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଉପସ୍ଥିତ ରହି ପଞ୍ଜିକରଣ କରିଥିବା ୨୧୦ ଜଣ ଭିର୍ନକ୍ଷମ ମହିଳା, ପୁରୁଷ ଓ ଶିଶୁ ମାନଙ୍କୁ ଚିକିତ୍ସାରେ ସେବା ଯୋଗାଇଥିବସ ବେଳେ  ୧୦୯ ଜଣ ଭିନ୍ନକ୍ଷମଙ୍କୁ ଆଗାମୀ ଦିନରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି। ଉକ୍ତ ଶିବିରକୁ ମୁନିଗୁଡା ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ ସୂରଜ ମଲ୍ଲିକ, ବିକାଶ ନାୟକ ,ତାପସ ଚୁଆଲ୍ ସିଂ,ବ୍ଲକର ଦେବେନ୍ଦ୍ର ପାଣିଗ୍ରାହୀ, ଇତିଶ୍ରୀ ମହାପାତ୍ର ପ୍ରମୁଖଙ୍କ ସମେତ ବିଭିନ୍ନ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ   ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ