ବିଦେଶୀ ମଦ ଜବତ, ଜଣେ ଗିରଫ
ବନ୍ତ, (ଚାନ୍ଦିନୀ ମହାନ୍ତି): ମଙ୍ଗଳବାର ବନ୍ତ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୬•୫୬ ଲିଟର ବିଦେଶୀ ମଦ ସହ ଗୋଟିଏ ମଟର ସାଇକେଲ ଜବତ କରାଯାଇଛି l ଏଥିରେ ସମ୍ପୃକ୍ତ ତୋଟାସାହି ଗ୍ରାମର ଲକ୍ଷ୍ମୀଧର ଜେନା(୫୮)କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ପ୍ରକାଶ ଯେ, ପୂର୍ବାହ୍ନ ସମୟରେ ପୋଲିସ ପକ୍ଷରୁ ବନ୍ତ, ଓଡ଼ଙ୍ଗ, ସରମରା, ଟିଲୋ ଆଦି ସ୍ଥାନରେ ଅବକାରୀ ଚଢ଼ାଉ କରିଥିଲା l କୌଣସି ସୂତ୍ରରୁ ଖବର ପାଇ ତୋଟାସାହି ଛକ ନିକଟରେ ପୋଲିସ ଏକ ମୋଟର ସାଇକେଲକୁ ଅଟକାଇଥିଲା l ମୋଟର ସାଇକେଲ ପଛରେ ରଖା ଯାଇଥିବା ବ୍ୟାଗରୁ ୧୬•୫୬ ଲିଟର ବିଦେଶୀ ମଦକୁ ପୋଲିସ ଜବତ କରିଥିଲା l ମଦ ରଖିବା ଏବଂ ପରିବହନ ପାଇଁ କୌଣସି ବୈଧ କାଗଜ ପତ୍ର ଦେଖାଇ ନପାରିବାରୁ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥଲା l ଏନେଇ ପୋଲିସ ୨୪୯/୨୬ ମୂଳେ ଏକ ମାମଲା ରୁଜୁ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରି ରଖିଛି l


