ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସ୍ୱାଧୀନତା ଦିବସ

କୁକୁଡାଖଣ୍ଡି,(ବିଭୁନନ୍ଦନ ପଣ୍ଡା): ନିମଖଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ୮୦ତମ ସ୍ୱାଧୀନତା ଦିବସ ବିଦ୍ୟାଳୟର ପରିଚାଳନା ସମିତି ସଭାପତି ଦେବୀ ପ୍ରସାଦ ନନ୍ଦଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶାନ୍ତନୁ ପାଢ଼ୀ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ଶିଶୁ ମାନଙ୍କୁ ଉଦବୋଧନରେ ସ୍ୱାଧୀନତାର ବିଷୟରେ ମତ ରଖିବା ସହ ଜଣେ ଜଣେ ଉତ୍ତମ ନାଗରିକ ହୋଇ ଦେଶ ସେବାରେ ବ୍ରତୀ ହେବାକୁ କହିଥିଲେ । ପ୍ରଥମେ ବିଦ୍ୟାଳୟର ଶିଶୁମାନେ ଗ୍ରାମ ପରିକ୍ରମା କରିଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଆଚାର୍ଯ୍ୟ ସଭାକୁ ସଂଯୋଜନା କରିଥିବାବେଳେ ଶିଶୁମନ୍ଦିରର ଅନ୍ୟ ଗୁରୁ ମା ଗୁରୁଜୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ