ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଜବତ

ମାଲକାନଗିରି/କାଲିମେଳା (ଡଃ ଶିବ ନାରାୟଣ ପାତ୍ର): ବେଆଇନ ନିଶାଦ୍ରବ୍ୟ ଚାଲାଣ ବିରୋଧରେ କାଲିମେଳା ଅବକାରୀ ଥାନା ପକ୍ଷରୁ ଚଢ଼ାଉ କରାଯାଇ ଦୁଇଟି ଏନଡିପିଏସ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଠାରୁ ୪୪ କେଜି ଗଞ୍ଜେଇ ଓ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫ ଲକ୍ଷ ୩୪ ହଜାର ଟଙ୍କା ବୋଲି କୁହାଯାଉଛି। ପ୍ରଥମ ମାମଲାରେ ଭେଜାଙ୍ଗିୱାଡ଼ା ନିକଟସ୍ଥ କେନାଲ ରୋଡ୍‌ରୁ ବଦଲିଗୁଡ଼ା ଗ୍ରାମର ଗଙ୍ଗା ମାଢ଼ିଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଥିଲା ବେଳେ ଅନ୍ୟ ଏକ ମାମଲାରେ ଗମ୍ଫାକୋଣ୍ଡା ଛକ ଠାରୁ ବାଦଲିଗୁଡ଼ା ଗ୍ରାମର ରମେଶ ସୋଡ଼ିଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି। ଉଭୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଛି। ଏହି ଦୁଇଟି ମାମଲା କାଲିମେଳା ଅବକାରୀ ଥାନା ଅଧିକାରୀ ମନୋଜ ପ୍ରଧାନଙ୍କ ନେତୃତ୍ୱ ନେଇଥିଲା ବେଳେ ଏ ଏସ ଆଇ ସରୋଜ କୁମାର ସାହୁ, କନେଷ୍ଟବଳ ପ୍ରବୀଣ ସାହୁ ଓ ଆନନ୍ଦ ପ୍ରଧାନ ଚଢ଼ାଉ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ