ନିଆରା ଢଙ୍ଗରେ ସ୍ୱାଧୀନତା ଦିବସ ପାଳିଲେ ସମାଜସେବୀ

ବୁଗୁଡ଼ା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ବ୍ଲକ ଅନ୍ତର୍ଗତ ମାଣିତରା ପଞ୍ଚାୟତର ଯୁବ ସମାଜସେବୀ ତଥା ଓଡ଼ିଶା ରକ୍ତଦାତା ମହାସଂଘର ସଭାପତି ଅକ୍ଷୟ କୁମାର ରାଉତ ୮୦ତମ ସ୍ୱାଧୀନତା ଦିବସ ନିଆରା ଢଙ୍ଗରେ ପାଳନ କରିଛନ୍ତି। ପ୍ରଥମେ ଶ୍ରୀ ରାଉତ ମାଣିତରା ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ଯୋଗଦେବାସହ ରୋଗୀମାନଙ୍କୁ ରୁଟି, ବିସ୍କୁଟ, ଫଳ ପ୍ରଭୃତି ଥିବା ବ୍ୟାଗ୍ ବଣ୍ଟନ କରିଥିଲେ। ଏହାପରେ ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନଙ୍କୁ ଶୁଖିଲା ଖାଦ୍ୟ ବ୍ୟାଗ୍ ପ୍ରଦାନ କରିଥିଲେ। ଏହା ବ୍ୟତୀତ ହାତୀଓଟ ଜରାଶ୍ରମ ଓ ଝୋଲରୀ ଜରାଶ୍ରମ ଦ୍ୱୟରେ ଅନ୍ତେବାସୀଙ୍କୁ ଶୁଖିଲା ଖାଦ୍ୟ ବ୍ୟାଗ୍ ବାଣ୍ଟି ସେମାନଙ୍କ ଗହଣରେ କିଛି ସମୟ କଟାଇ ଆଲୋଚନା କରିଥିଲେ। ଶେଷରେ ନିଜ ପଞ୍ଚାୟତର ହରିଜନ ସାହିର ଛୋଟ ପିଲାଙ୍କୁ ମଧ୍ୟ ଶୁଖିଲା ଖାଦ୍ୟ ବ୍ୟାଗ୍ ବଣ୍ଟନ କରିଥିଲା। ଓଡିଶା ରକ୍ତଦାତା ମହାସଂଘର ସଭାପତି ଅକ୍ଷୟ କୁମାର ରାଉତଙ୍କ ସ୍ୱାଧୀନତା ଦିବସରେ ଏହି ଭିନ୍ନ ଢଙ୍ଗର କାର୍ଯ୍ଯକ୍ରମକୁ ବୁଦ୍ଧିଜିବୀ ବୃନ୍ଦ ଉଚ୍ଚ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ