ଦୀର୍ଘ ବର୍ଷ ପରେ ନିର୍ମାଣ ହେଲା ପକ୍କା ରାସ୍ତା
ପୋଲସରା, (ଅନୀଲ କୁମାର ମହାରଣା) : ଦୀର୍ଘ ବର୍ଷର ଅପେକ୍ଷା ପରେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ କଣଛାଇ ପଞ୍ଚାୟତର ହାତୀପାଦପଲ୍ଲୀ ଗ୍ରାମବାସୀଙ୍କ ଗମନା ଗମନ ସମସ୍ୟାର ଅନ୍ତ ଘଟିବାକୁ ଯାଉଛି। ଗ୍ରାମ୍ୟ ଉନ୍ନୟନ ରୋଡଠାରୁ ହାତୀପାଦପଲ୍ଲୀ ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ପକ୍କା ସଡ଼କର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଅଛି । ଗ୍ରାମକୁ ପକ୍କା ସଡ଼କ ନଥିବାରୁ ଗ୍ରାମବାସୀ ବୃନ୍ଦ ଯାତାୟତରେ ବହୁ ଅସୁବିଧା ଭୋଗୁଥିଲେ। ବିଶେଷକରି ବର୍ଷାଦିନେ ରାସ୍ତାର ଅବସ୍ଥା ଖରାପ ହେବା ଯୋଗୁଁ ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବାଠାରୁ ଆରମ୍ଭ କରି ଛାତ୍ରଛାତ୍ରୀଙ୍କ ଯାତାୟାତ ଓ ଦୈନନ୍ଦିନ କାର୍ଯ୍ୟ ପାଇଁ ଗ୍ରାମବାସୀଙ୍କୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ସ୍ଥାନୀୟ ବିଧାୟକ ତଥା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଜନସାଧାରଣଙ୍କ ବହୁ ବର୍ଷର୍ ଦାବୀକୁ ପୂରଣ କରି ଗ୍ରାମକୁ ପକ୍କା ରାସ୍ତା ନିର୍ମାଣ କରିବାକୁ ପଦକ୍ଷେପ ଗ୍ରହଣ କରିଥିବାରୁ ଗ୍ରାମବାସୀ ଖୁସି ପ୍ରକାଶ କରିଛନ୍ତି। ଅଳ୍ପ ଦିନ ମଧ୍ୟରେ ରାସ୍ତା କାର୍ଯ୍ୟ ସମାପ୍ତ ହେଲେ ଗ୍ରାମବାସୀଙ୍କ ବହୁ ବର୍ଷର ଆଶା ପୂରଣ ହେବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।


