ସମାଜସେବୀ ଇଶ୍ୱର ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଯମପଡା ଗ୍ରାମପଞ୍ଚାୟତର ଗୈାଡଗାଁ ଗ୍ରାମର ସମାଜସେବୀ ଇଶ୍ୱର ଚନ୍ଦ୍ର ରାଉତଙ୍କ ଏକାଦଶାହ ଅବସରରେ ଏକ ସ୍ମୃତିସଭା କେଦାରନାଥ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶିକ୍ଷାବୀତ ପୃଥିରାଜ ସ୍ୱାଇଁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସନ୍ତୋଷ କୁମାର ଜେନା, ସନାତନ ବେହେରା, ଦେବେନ୍ଦ୍ର ଦାସ, ହିମାଂଶୁ ଦାସ, ନିର୍ମଳ ପରିଡା, ରମେଶ ଚନ୍ଦ୍ର ରାଉତ, ପ୍ରଶାନ୍ତ ରାଉତ, ପ୍ରମୋଦ ସାହୁ, ଯୁବନେତା ସମ୍ବିତ ରାଉତ, ହୃଷିକେଶ ଦାସ, ରଶ୍ମୀତା ଦାସ, ପ୍ରଶାନ୍ତ ଦାସ, କ୍ଷଣପ୍ରଭା ପରିଡା, କନ୍ୟା ଦିପାଞ୍ଜଳୀ ସାହୁ, ପୁତ୍ର ଆଶିଷ ରାଉତ ଓ ରାଜେଶ ରାଉତ, ଭାରତୀ, ରେଖା, ମିନତୀ ପ୍ରମୁଖ ସ୍ୱର୍ଗତ ରାଉତଙ୍କ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ।


