ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟ ଅଭିଯୋଗ

ନବରଙ୍ଗପୁର,(ୱାଇଏନଏସ): ରାତି ଅଧରେ ସଶସ୍ତ୍ର ଡକାୟତି , ଲକ୍ଷାଧିକ ଟଙ୍କା, ସୁନା ଗହଣା ଲୁଟ ଅଭିଯୋଗ । ଅସ୍ତ୍ରଧାରୀ ଦୁର୍ବୃତ୍ତଙ୍କ ଆକ୍ରମଣରେ ଦମ୍ପତି ଆହତ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦହଣା ଗାଁରେ ଗତକାଲି ବିଳମ୍ବିତ ରାତିରେ ଉମେଶ ଚନ୍ଦ୍ର ରଥ ଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି।,ଡକାୟତ ମାନେ ଲକ୍ଷାଧିକ ଟଙ୍କା ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୮ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଦହଣା ଗ୍ରାମର ଉମେଶ ଚନ୍ଦ୍ର ରଥଙ୍କ ଘରେ ପଶିଥିଲେ। ଠାକୁର ଘରର ଝରକା ଭାଙ୍ଗି ଘର ଭିତରକୁ ପ୍ରବେଶ କରିବା ପରେ ଦୁର୍ବୃତ୍ତମାନେ ଉମେଶ ଚନ୍ଦ୍ର ରଥଙ୍କୁ ଆକ୍ରମଣ କରିଥିବା ସହ ପ୍ରବଳ ମାଡ଼ ମାରି ହାତ ବାନ୍ଧି ଦେଇଥିଲେ ଏବଂ ବେକରେ ଭୁଜାଲି ରଖି ଅନ୍ୟ ଏକ ବଖରାରେ ଶୋଇଥିବା ତାଙ୍କ ସ୍ତ୍ରୀ ପୁଷ୍ପଲତା ଦାଶଙ୍କୁ ମଧ୍ୟ ଦୁର୍ବୃତ୍ତମାନେ ଆକ୍ରମଣ କରି ପ୍ରବଳ ମାଡ଼ ମାରିବା ସହିତ ତାଙ୍କ ହାତ ବାନ୍ଧି ବେକ ରେ ଭୁଜାଲି ରଖି ଧମକ ଦେଇଥିବା ପୀଡ଼ିତ ପରିବାର ପକ୍ଷରୁ କୁହାଯାଇଛି। ଏହାପରେ ଦୁର୍ବୁତ ମାନେ ପୁଷ୍ପଲତା ଙ୍କ ସୁନା ର କାନଫୁଲ ଟାଣି କାନ ଛିଡାଇ ଦେଇଥିଲେ ।ଏହାସହ ଭୟଭିତ କରି ଦୁର୍ବୃତ୍ତମାନେ ଘରେ ଥିବା ଆଲମିରା ଏବଂ ବାକ୍ସ ଭାଙ୍ଗି ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ନଗଦ, ୫ ତୋଳା ଓଜନର ଗୋଟିଏ ସୁନା ହାର, ୨ ଟି ସୁନା ମୁଦି, ଗୋଟିଏ ସୁନା କାନ ଫୁଲ, ୨ ଟି ସୁନା ଲକେଟ, ସୁନା ମଙ୍ଗଳ ସୂତ୍ର, ଲୁଟି ନେଇଥିବା ଅଭିଯୋଗ କରିଛନ୍ତି । ପୋଲିସକୁ ଏନେଇ ରାତିରେ ସୂଚନା ଦେବା ପରେ ରାତି ଅଳ୍ପ ସମୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ବେଳେ ନିକଟସ୍ଥ ସିସିଟିଭି ଯାଞ୍ଚ କରିବା ସହିତ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ର ସହାୟତା ନିଆଯିବ ବୋଲି ନବରଙ୍ଗପୁର ଏସ୍ଡିପିଓ କୃଷ୍ଣ ଚନ୍ଦ୍ର ଭତ୍ରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ