ଆଦର୍ଶ ଶିକ୍ଷକଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଖଡିଅଙ୍ଗସ୍ଥିତ ସି.ପି.ଆଇ.(ଏମ)ସମ୍ମିଳନୀ କକ୍ଷରେ ଆଦର୍ଶ ଶିକ୍ଷକ ଅବନୀ କୁମାର ମହାନ୍ତିଙ୍କ ବିୟୋଗରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବରିଷ୍ଠ ଆଇନଜୀବୀ ଉମେଶ ଚନ୍ଦ୍ର ସିଂ ଓ ଅକ୍ଷୟ କୁମାର ମହାନ୍ତି, ସାମ୍ବାଦିକ ପରେଶ ଚନ୍ଦ୍ର ଦାସ, ଜଗତଜୀବନ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଶିକ୍ଷକ ସ୍ୱର୍ଗତ ମହାନ୍ତିଙ୍କ ତ୍ୟାଗପୂତ ଓ ସତ୍ୟନିଷ୍ଠ ଜୀବନାଦର୍ଶ ଉପରେ ଆଲୋକପାତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ସୁଶିଲ ସାମଲ, ଗୋଲଖ ପଢିଆରୀ, ଶୁଭାଂଶୁ ଦାସ, ମୁକ୍ତାର ଖାଁ, ରାଜେନ୍ଦ୍ର ମହାପାତ୍ର, ରାଜେଶ ପଣ୍ଡା,ରମଣୀରଞ୍ଜନ ରାଉତରାୟ, ରାଜେନ୍ଦ୍ର ରାଉତ, ହେମନ୍ତ କୁମାର ଜେନା, ଗୟାଧର ଧଳ, ଭାଗିରଥି ଜେନା, ଶିକ୍ଷାବିତ ନିରଞ୍ଜନ ବେହେରା, ସରୋଜରାଜ ସିଂ, ମନସୁଲ ଅଲ୍ଲୀ, ନିର୍ମଳା ସିଂ, ପଣ୍ଡିତ ପ୍ରତାପ ପତି, ଭ୍ରମରବର ରାଉତ, ଆଦିକନ୍ଦ ରାଉଳ, ରଣଧୀର ଜେନା, ନରୋତ୍ତମ ଜେନା, ମାଧବାନନ୍ଦ ଦାସ, ଚିତ୍ତରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧା ନିବେଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱର୍ଗ ମହାନ୍ତିଙ୍କ ଝିଆରୀ ଅନନ୍ୟା ଓ ଜ୍ୱାଇଁ ଶ୍ରୀନିବାସ ମଧ୍ୟ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ