ବିଜୁ ମହିଳା ଜନତାଦଳର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ହେଲେ ସୁସଂଗଠିକା ଅନିମା

ଆସିକା (ୱାଇଏନ୍‍ଏସ୍‍) : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଦଳର ମୟୂରଭଂଜ, ବାଲେଶ୍ୱର, ଗଞ୍ଜାମ, କଟକ ମହାନଗର ସାଙ୍ଗଠନିକ ଜିଲ୍ଲାର ମହିଳା ସଭାନେତ୍ରୀ ଏବଂ କାର୍ଯ୍ୟକାରୀ ସଭାନେତ୍ରୀ ମାନଙ୍କ ନାମ ଘୋଷଣା କରିଛନ୍ତି । । ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜିଲ୍ଲା ଅନ୍ୟତମ କାର୍ଯ୍ୟକାରୀ ସଭାନେତ୍ରୀ ରୂପେ ସୁସଂଗଠିକା ତଥା ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡାଙ୍କୁ ନିଯୁକ୍ତି କରିଥିବାରୁ ଦଳୀୟ ନେତା ଓ କର୍ମୀଙ୍କ ଠାରୁ ଆରମ୍ଭ କରି ଶୁଭେଚ୍ଛୁ ଓ ସମର୍ଥକଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳୁଛି । ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ରୂପେ ନିଯୁକ୍ତି ପାଇଥିବା ଜିଲ୍ଲା ପରିଷଦ ସଦସ୍ୟା ସୁସଂଗଠିକା ଶ୍ରୀମତୀ ଅନିମା ପରିଡାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ପ୍ରବାଦ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ସାଙ୍ଗକୁ ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସମବାୟବିତ୍‍ ସୂର୍ଯ୍ୟକାନ୍ତ ପରିଡାଙ୍କ ପ୍ରେରଣାରେ ରାଜନୀତିରେ ପାଦ ଥାପି ନିଜର ସାଙ୍ଗଠନିକ ଦକ୍ଷତା ବଳରେ ଗୋଟିଏ ପରେ ଗୋଟିଏ ସଫଳତା ପାଇଚାଲିଥିବା ବିଜୁ ମହିଳା ଜନତା ଦଳର ନବନିଯୁକ୍ତ ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ତଥା ସୁସଂଗଠିକା ଶ୍ରୀମତୀ ଅନିମା ପରିଡା ଏହି ନିଯୁକ୍ତି ପାଇଁ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ନେତ୍ରୀ ସୁଜାତା ରାଉତ, ବିଜେଡି ନେତା ଭି.କାର୍ତ୍ତିକେୟନ୍‍ ପାଣ୍ଡିୟାନ୍‍, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ ଓ ଶ୍ରୀମତୀ ପ୍ରମିଳା ବିଷୋୟୀ, ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁ, ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ, ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ଭଗବାନ ଗନ୍ତାୟତ, ପୂର୍ବତନ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ସମେତ ଦଳର ସମସ୍ତ ବରିଷ୍ଠ ନେତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିବା ଜଣାପଡିଛି । ଦୀର୍ଘ ବର୍ଷ ହେଲା ଆସିକାରେ ବିଜୁ ମହିଳା ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କରିବା ପାଇଁ ସମସ୍ତ ଦଳୀୟ ନେତାଙ୍କ ମାର୍ଗଦର୍ଶନରେ ଅହରହ ପ୍ରୟାସ ଜାରି ରଖି ଦଳର ଜଣେ ଶୃଙ୍ଖଳିତ ସୈନିକ ରୂପେ ରହିଆସିଥିବା ସୁସଂଗଠିକା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା ନିଜର କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଆସିଥିବା ନଜିର୍‍ ରହିଛି । ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ରୂପେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶା ଓ ଭରସା ଜିଣି ନିଯୁକ୍ତି ପାଇଥିବା ସୁସଂଗଠିକା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡାଙ୍କୁ ଗଞ୍ଜାମ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ନଚିକେତା ସ୍ୱାଇଁ, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ବରିଷ୍ଠ ବିଜେଡି ନେତା ପ୍ରସନ୍ନ କୁମାର ତ୍ରିପାଠୀ, ଦିଲୀପ କୁମାର ପାଣିଗ୍ରାହୀ, ଭବାନୀ ଶଙ୍କର ମଲିକ, ଆସିକା ନଗର ବିଜେଡି ସଭାପତି ଏମ୍‍.ତାରିଣୀ ସେନାପତି, ଆସିକା ନଗର ବିଜେଡିର ମହିଳା ସଭାନେତ୍ରୀ ଏମ୍‍.ରଶ୍ମିତା ସେନାପତି, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତି ଲିଃର ସଭାପତି କାର୍ତ୍ତିକେଶ୍ୱର ପରିଡା ଓ ନିର୍ଦ୍ଦେଶକ ଇଂ ସଚ୍ଚିଦାନନ୍ଦ ରାଉତ ଏବଂ ଅଶ୍ୱିନୀ କୁମାର ବିଷୋୟୀ ଓ ରିଙ୍କି ପୋଲାଇ ଏବଂ ଭଗବାନ ବେହେରା, ସରପଞ୍ଚ ଜୟସେନ ସ୍ୱାଇଁ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ବିଜେଡି ନେତା ଅଜୟ କୁମାର ମହାରଣା, ନାଗାର୍ଜୁନ ବିଷୋୟୀ, ସନ୍ତୋଷ କୁମାର ନାୟକ, ସନ୍ତୋଷ କୁମାର ପୋଲାଇ, ଶିବଶଙ୍କର ମହାନ୍ତି, ଜି.ସୂର୍ଯ୍ୟପ୍ରକାଶ ରାଓ, ଅମୂଲ୍ୟ କୁମାର ଉପାଧ୍ୟାୟ, ରଂଜନ ବିଷୋୟୀ, ଟୁକୁନା ପରିଡା, ମାନସ ରଂଜନ ଗୌଡ, କୈଳାଶ ଚନ୍ଦ୍ର ପ୍ରଧାନ, ଶିବପ୍ରସାଦ ଶତପଥୀ, ଆସିକା ପୌର ପରିଷଦର କାଉନସିଲର ନିଗମାନନ୍ଦ ରାଉତ ଏବଂ ନିରଞ୍ଜନ ଜେନା, ବିଜେଡି ନେତା ଜିତେନ୍ଦ୍ର କୁମାର ବିଷୋୟୀ, ଜିତେନ୍ଦ୍ର କୁମାର ମହାରଣା, ଆକାଶ ସ୍ୱାଇଁ, କେଶବ ଦାଶ, ସତ୍ୟନାରାୟଣ ସାମନ୍ତରା, କାହ୍ନୁଚରଣ ଦଳେଇ, ସାଇରାଜ ଦଳେଇ, ବିମଳ ପ୍ରଧାନଙ୍କ ସମେତ ବହୁ ଦଳୀୟ ନେତା ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିବା ଜଣାପଡିଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଅନ୍ୟତମ ଅତ୍ୟନ୍ତ, ମିଷ୍ଟଭାଷୀ, ପରୋପକାରୀ, ଲୋକପ୍ରିୟ ନେତ୍ରୀ ରୂପେ ପରିଚିତ ଥିବା ସୁସଂଗଠିକା ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡାଙ୍କୁ ବିଜୁ ମହିଳା ଜନତା ଦଳର ଗଞ୍ଜାମ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ରୂପେ ନିଯୁକ୍ତି ମିଳିବା ପରେ ଦଳୀୟ ସଂଗଠନ ଆହୁରି ସୁଦୃଢ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିରେ ପାଦ ଥାପି ଦଳୀୟ ନେତା, ଶୁଭେଚ୍ଛୁ ଓ ସମର୍ଥକଙ୍କ ସହଯୋଗ ଏବଂ ମାର୍ଗଦର୍ଶନରେ ଅତୀତରେ ଆସିକାରେ ଅନୁଷ୍ଠିତ ହୋଇଥିବା ପଂଚାୟତ ନିର୍ବାଚନ, ପୌର ନିର୍ବାଚନ ଓ ସମବାୟ ନିର୍ବାଚନରେ ନିଜର ସାଙ୍ଗଠନିକ ଦକ୍ଷତାକୁ ପ୍ରତିପାଦନ କରି ବିଜେଡିକୁ ବିଜୟର ସ୍ୱାଦ ଚଖାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସିଥିବା ସୁସଂଗଠିକା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡାଙ୍କୁ ଏହି ନୂତନ ନିଯୁକ୍ତି ପାଇଁ ବହୁ ଦଳୀୟ ନେତା, କର୍ମୀ, ଶୁଭେଚ୍ଛୁ, ସମର୍ଥକ, ରାଜନେତା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳୁଛି । ବିଜୁ ଜନତା ଦଳର ସୁସଂଗଠିକା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା ଦୀର୍ଘ ବର୍ଷ ଧରି ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୀତି ଓ ସମାଜସେବା କ୍ଷେତ୍ରରେ ସଂପୁର୍ଣ୍ଣ ସକ୍ରିୟ ଥିବା ଦେଖିବାକୁ ମିଳୁଛି । ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ ସୈନିକ ଭାବେ ସୁସଂଗଠିକା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଲୋକଙ୍କ ସୁଖ ଦୁଃଖରେ ନିଜକୁ ସଦାସର୍ବଦା ସଂପୁର୍ଣ୍ଣ ରୂପେ ସାମିଲ୍‍ କରିଆସିବା ସହ ଦଳ ପ୍ରତି ରହିଥିବା ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରିଆସୁଥିବା ଦେଖିବାକୁ ମିଳୁଥିବା ବେଳେ ଦୈନିକ ପ୍ରାୟ ୧୪ ରୁ ୧୮ ଘଣ୍ଟ ପର୍ଯ୍ୟନ୍ତ ଜନସେବା ଓ ଦଳୀୟ କାର୍ଯ୍ୟରେ ସଦାସର୍ବଦା ବ୍ୟସ୍ତ ରହୁଥିବା ବିଜୁ ମହିଳା ଜନତା ଦଳର ନବନିଯୁକ୍ତ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ତଥା ସୁସଂଗଠିକା ଜିଲ୍ଲା ପରିଷଦ ସଦସ୍ୟାମ ଶ୍ରୀମତୀ ଅନିମା ପରିଡାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ