ଶ୍ରୀଜଗନ୍ନାଥ କଥାମୃତ ଜ୍ଞାନଯଜ୍ଞ ଆରମ୍ଭ
ଆସିକା (ୱାଇଏନ୍ଏସ୍): ଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଅନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ଆସିକା ଶାଖା ଆନୁକୂଲ୍ୟରେ ଖମ୍ବେଶ୍ୱରୀପାଟଣା ସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ଓରଫ୍ ବାଲାଜୀ ଦୋରା ମଠ ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପବିତ୍ର ଝୁଲଣ ଉତ୍ସବ ଏବଂ ଜନ୍ମାଷ୍ଟମୀ ଓ ନନ୍ଦ ମହୋତ୍ସବ ଉପଲକ୍ଷେ ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ ଓ ଶ୍ରୀମଦ୍ ଭାଗବତ ଜ୍ଞାନଯଜ୍ଞ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ୧୪ଦିନ ଧରି ଚାଲିବାକୁ ଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ନୟାଗଡ ଅଞ୍ଚଳର ଆଧ୍ୟାତ୍ମିକ ପ୍ରବଚକ ତଥା ପଣ୍ଡିତ ଶ୍ରୀ ଗୋପାଳ ରାଜଗୁରୁ ଯୋଗଦେଇ ଅର୍ଶୀବଚନ ପ୍ରଦାନ କରୁଥିବା ଜଣାପଡିଛି । ଶ୍ରୀ ଶ୍ରୀ ଜଗନ୍ନାଥ କଥାମୃତ ଓ ଶ୍ରୀମଦ୍ ଭାଗବତ ଜ୍ଞାନଯଜ୍ଞର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଆସିକା ବିଧାୟକ ସରୋଜ କୁମାର ପାଢୀ, ଆସିକା ଉତ୍କଳ ଆୟୁର୍ବେଦିକ ସମବାୟ ଫାର୍ମାସୀ ଲିଃର ପ୍ରାକ୍ତନ ସଂପାଦକ ନିରଞ୍ଜନ ମହାନ୍ତି, ଜଳସେଚନ ବିଭାଗର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଇଂ ସୁରେଶ ଚନ୍ଦ୍ର ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଅଧ୍ୟାତ୍ମିକପ୍ରେମୀ ମମତାରାଣୀ ସାହୁ, ଆସିକା ପ୍ରେସ୍କ୍ଳବର ସଭାପତି ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ ପ୍ରମୁଖ ଯୋଗଦେଇ ଆଧ୍ୟାତ୍ମିକ ଚିନ୍ତାଧାରା ମାଧ୍ୟମରେ ମନୁଷ୍ୟ ସମାଜର ଉନ୍ନତି ସମ୍ଭବ ହୋଇଥିବା ବେଳେ ସାମାଜିକ ଜୀବନକୁ ସରସ, ସୁନ୍ଦର ଓ ସଦ୍ମାର୍ଗରେ ଗଢିତୋଳିବା ପାଇଁ ସତ୍ସଙ୍ଗର ଆବଶ୍ୟକତା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର ପରିଚାଳନା କମିଟି ଓ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ଆସିକା ଶାଖା ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଚାରଣ ଗୋଷ୍ଠୀର ଦଳପତି ପ୍ରଫୁଲ୍ଲ ଚନ୍ଦ୍ର ପାଣିଗ୍ରାହୀ, କାର୍ଯ୍ୟକାରୀ ଦଳପତି ଓ ସଂଗଠକ ସିମାଞ୍ଚଳ ରଥ, ଉପଦଳପତି ଡି.ଲିଙ୍ଗରାଜ ପାତ୍ର, ସଂପାଦକ କାମେଶ୍ୱର ଆଚାରୀ, ସହସଂପାଦକ ବି.ପ୍ରଦୀପ କୁମାର ପାତ୍ର, କୋଷାଧ୍ୟକ୍ଷ ଭଗବାନ ମହାରଣା, ସହକୋଷାଧ୍ୟକ୍ଷ କେ.ସତ୍ୟନାରାୟଣ ପାତ୍ର, ଚାରଣ ଏସ୍.ତ୍ରିପତି ପାତ୍ର, ବିନୋଦ ବିହାରୀ ପାତ୍ର, ସିଏଚ୍.ବାବୁ ପାତ୍ର, ଦୁର୍ଗାଚରଣ ମିଶ୍ର, ସୁରେଶ ଚନ୍ଦ୍ର ବିଷୋୟୀ, ସୂର୍ଯ୍ୟନାରାୟଣ ପାଣିଗ୍ରାହୀ, ଆଧ୍ୟାତ୍ମିକପ୍ରେମୀ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ, ଡି.ରାହୁଳ କୁମାର ପାତ୍ର, ମହିଳା ସତ୍ସଙ୍ଗ କେନ୍ଦ୍ରର ସଭାନେତ୍ରୀ ଅମିତା ମିଶ୍ର, ସଂପାଦିକା ଇ.ସଂଯୁକ୍ତା ପାତ୍ର, ଆଧ୍ୟାତ୍ମିକପ୍ରେମୀ ଡି.ନମିତା ପାତ୍ର, ଡି.ଶାନ୍ତିଲତା ପାତ୍ର, ସସ୍ମିତା ସୁବୁଦ୍ଧି, ବବିତା ପାତ୍ର, ପ୍ରତିମା ପାଢୀ, ରାଜଶ୍ରୀ ପାଢୀ, ବବିତା ସାସମଲ, ଲିଲି ସ୍ୱାଇଁ, ପ୍ରମିଳ ସାସମଲ, ଜଗଦମ୍ବା ଆଚାରୀ, ଅମ୍ବିକା ଆଚାରୀ, ଡି.ଗୌରୀ ପାତ୍ର, ନମିତା ପ୍ରଧାନ, ପାର୍ବତୀ ଆଚାରୀ, ମାନନୀ ପ୍ରଧାନ, କୁନି ଡାକୁଆଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ପରିଚାଳନା କରୁଥିବା ବେଳେ ଆଧ୍ୟାତ୍ମିକ ପ୍ରବଚକ ପଣ୍ଡିତ ଶ୍ରୀ ଗୋପାଳ ରାଜଗୁରୁଙ୍କ ମୁଖରୁ ଅର୍ଶୀବଚନ ଶ୍ରବଣ କରିବା ଲାଗି ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଭକ୍ତଙ୍କ ଭିଡ ଜମୁଥିବା ଲକ୍ଷ୍ୟ କରାଯାଉଛି । ପବିତ୍ର ଝୁଲଣ ଯାତ୍ରା ଅବସରରେ ଉତ୍ସବମୁଖର ହୋଇଉଠିଛି ଖମ୍ବେଶ୍ୱରୀପାଟଣା ସ୍ଥିତ ଶ୍ରୀ ଶ୍ରୀ ଗୋପୀନାଥ ମନ୍ଦିର । ଝୁଲଣ କୁଞ୍ଜରେ ରାଧାଦାମୋଦରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିବା ଦେଖିବାକୁ ମିଳୁଛି ।


