ଉଦ୍ଧାର କଲେଜ ଛାତ୍ରୀଙ୍କୁ ସୁଧାର ଗୃହରେ ଛଡାଗଲା

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ଶନିବାରରୁ ଅପହରଣର ଶିକାର ହୋଇଥିବା ଜଣେ ଯୁକ୍ତ ଦୁଇ କଲେଜ ଛାତ୍ରୀକୁ ପୋଲିସ ସୋମବାର ନିକଟସ୍ଥ ଅଞ୍ଚଳରୁ  ଉଦ୍ଧାର କରିଛି l ଉଦ୍ଧାର ପରେ ଛାତ୍ରୀଙ୍କ ଡାକ୍ତରୀ ପରୀକ୍ଷା କରି ସୁଧାର ଗୃହରେ ଛଡାଯାଇଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି l ସୂଚନା ଯୋଗ୍ୟ, ଶନିବାର ଦିନ ପରିବାର ଲୋକ ଖାଇପିଇ ଶୋଇ ଥିଲେ l  ନସିରପୁର ଗ୍ରାମର ଅକ୍ଷୟ କୁମାର ଦାସଙ୍କ ପୁଅ ପଦ୍ମନାଭ (୨୨ ବର୍ଷ) ଛାତ୍ରୀ ଜଣଙ୍କୁ ତାଙ୍କ ଘରୁ ଅପହରଣ କରିଥିବା ପରିବାର ଲୋକ ସନ୍ଦେହ କରିଥିଲେ l ରବିବାର ଅଭିଯୋଗ ହେବା ପରେ ପୋଲିସ ମାମଲା ନଂ ୩୨୯/୨୦୨୬ ରୁଜୁ କରିଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ