ମୁଖ୍ୟମନ୍ତ୍ରୀ ବସ୍ ଗଛରେ ପିଟିଲା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ପାତ୍ରପୁର,(ୱାଇଏନଏସ):ପାତ୍ରପୁର ବ୍ଲକ ବରଙ୍ଗ ନିକଟରେ ମୁଖ୍ୟମନ୍ତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। କୌଣସି କାରଣରୁ ବସ୍ଟି ରାସ୍ତାକଡ଼ରେ ଥିବା ଗଛରେ ଧକ୍କା ଦେଇଥିଲା। ତେବେ ବସ୍ରେ ଥିବା ପ୍ରାୟ ଆଠରୁ ଉର୍ଦ୍ଧ୍ୱ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ବରଙ୍ଗ ସରପଞ୍ଚ ଭି. ଦେବୀ ପ୍ରସାଦଙ୍କ ସମେତ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ବସ୍ ଭିତରୁ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ। ଯାତ୍ରୀମାନେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି। ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିନାହିଁ।


