ଆନନ୍ଦମାର୍ଗ ରିଲିଫ ଟିମ ପକ୍ଷରୁ ରିଲିଫ ପ୍ରଦାନ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ବ୍ରାହ୍ମଣୀ, ଖରସ୍ରୋତା, ଓ କାଣୀ ନଦୀ ଦ୍ୱାରା ଲଗାତର ଭାବେ ଦୁଇଥର ବନ୍ୟା ଯୋଗୁଁ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ଅନେକ ପଞ୍ଚାୟତକୁ ଜଳାର୍ଣ୍ଣବ କରିରଖିଛି। ସେଥିମଧ୍ୟରୁ ପେଣ୍ଠପାଳ ପଞ୍ଚାୟତର କୋଳଥିଆ ଗ୍ରାମର ଜେନାସାହି, ତରଡିପାଳ ପଞ୍ଚାୟତର ଦାସ ସାହି, ମଳିକ ସାହି ଓ ନାଥ ସାହିର ଲୋକମାନେ ସମ୍ପୂର୍ଣ୍ଣ ଜଳବନ୍ଦୀ ମଧ୍ୟରେ ଅଛନ୍ତି। ଗତ ସପ୍ତାହେ ହେବ ରିଲିଫ୍ ସାମଗ୍ରୀ ଯଥା ଅଟା, ଚୁଡା, ଆଳୁ, ବିସ୍କୁଟ, ମହମବତୀ , ଦିଆସିଲି ଇତ୍ୟାଦି ସହିତ ଆନନ୍ଦମାର୍ଗର ସଦସ୍ୟ ମାନେ ବିଭିନ୍ନ ପର୍ଯ୍ୟାୟରେ ଜଳବନ୍ଦୀ ସ୍ଥାନକୁ ଡଙ୍ଗା ସାହାଯ୍ୟରେ ପହଞ୍ଚି ପ୍ରାୟ ୩୦୦ ପରିବାରର ଲୋକମାନଙ୍କୁ ରିଲିଫ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅବଧୂତିକା ଆନନ୍ଦ ସୁଧୀରା ଆଚାର୍ଯ୍ୟା, ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତ, ଆଚାର୍ଯ୍ୟ ନଟବର ବେହେରା, ବରିଷ୍ଠ ଆନନ୍ଦ ମାର୍ଗୀ ହର୍ଷବର୍ଦ୍ଧନ ଲେଙ୍କାଙ୍କ ସମେତ ଅନ୍ୟ ସଦସ୍ୟ ଗଣେଶ ପରିଡ଼ା, ପରାସର, ସୁନୀତା, ରାଜକିଶୋର ଓ ସତ୍ୟଜିତ ପ୍ରମୁଖ ସୁଚାରୁ ରୂପେ ପରିଚାଳନା କରିଥିଲେ।


