ଶ୍ରୀଗୋପାଳଜୀଉଙ୍କ ଝୁଲଣଯାତ୍ରା

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ବ୍ଲକର ଲାହାଖଣ୍ଡ ଭରତପୁର ଗ୍ରାମ ମକ୍କଦ୍ଦମ ପରିବାରର କୁଳଦେବତା ପ୍ରଭୁ ଶ୍ରୀଗୋପାଳଜୀଉଙ୍କ ଝୁଲଣ ଯାତ୍ରା ମହା ଆଡମ୍ବରରେ ପାଳିତ ହେଉଛି। ଶ୍ରୀଜୀଉଙ୍କ ମନ୍ଦିରରୁ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ପୂଜକ ସରୋଜକାନ୍ତ ପତିଙ୍କ ଦ୍ୱାରା ଅଳଙ୍କାର ଆଭୂଷଣରେ ସଜ୍ଜିତ କରାଯାଇ ଝୁଲଣ ମଣ୍ଡପକୁ ବିଜେ କରାଯାଇଥିଲା। ଶ୍ରୀଜୀଉଙ୍କୁ ଝୁଲଣ ମଣ୍ଡପକୁ ବିଜେ କରାଯିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇ ଆଳତୀ ଓ ଭୋଗ ଅର୍ପଣ କରାଯାଇଥିଲା। ଏହାପରେ ନାମ ସଙ୍କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଶ୍ରୀଜୀଉଙ୍କ ଝୁଲଣଯାତ୍ରା ଦେଖିବାକୁ ଆଖପାଖ ଅଞ୍ଚଳର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ ଜମୁଛି। ଶ୍ରୀଜୀଉଙ୍କ ଏହି ଝୁଲଣଯାତ୍ରା ସାତ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ପ୍ରତ୍ୟେକ ଦିନ ଭଜନ, ଜଣାଣ ଓ କୀର୍ତ୍ତନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ଶ୍ରୀଜୀଉଙ୍କ ଦାୟିତ୍ୱରେ ଥିବା ଅବସରପ୍ରାପ୍ତ ଆଇନୀ ଅଧିକାରୀ ପ୍ରବୋଧ କୁମାର ଦାସ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ