ବିଜେପିର ଯୁବମୋର୍ଚ୍ଚା ଟିମରେ ଦେବାଶିଷ ଓ ରାଜେଶ ସାମିଲ
ନାଉଗାଁ ,(ପ୍ରଦୋଷ ମହାନ୍ତି) :ଜଗତସିଂହପୁର ଜିଲ୍ଲା ବିଜେପି ସଭାପତି ପ୍ରତାପ କୁମାର ମିଶ୍ର ଓ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ଅନୁମୋଦନକ୍ରମେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ଦାଶଙ୍କ ଦ୍ବାରା ଜିଲ୍ଲାସ୍ତରୀୟ କମିଟି ଘୋଷଣା କରାଯାଇଛି। ଏହି କ୍ରମରେ ନାଉଗାଁ ବ୍ଲକର ଦେବାଶିଷ ଦାସଙ୍କୁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ଉପସଭାପତି, ରାଜେଶ ପ୍ରଧାନଙ୍କୁ ଜିଲ୍ଲା ଯୁବ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି।

ଏହି ନୂତନ ଦାୟିତ୍ୱ ପାଇଁ ସେମାନେ ଜିଲ୍ଳା ସଭାପତି ଶ୍ରୀ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ରନାଥ ବିଶ୍ୱାଳ , ସାଂସଦ ବିଭୁପ୍ରସାଦ ତରାଇ ,ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର , ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ପଣ୍ଡା , ମହିଳା ମୋର୍ଚ୍ଚା ପୂର୍ବତନ ସଭାପତି କ୍ରିଷ୍ଣା ମହାନ୍ତି , ଯୁବମୋର୍ଚ୍ଚା ଜିଲ୍ଳା ସଭାପତି ବିଶ୍ୱଜିତ୍ ଦାସ ,ରାଜ୍ୟ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ସ୍ୱାଗତ କୁମାର ଦାସ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି।


