ଦାବି ପୂରଣ ନହେଲେ ହେବ ଶାନ୍ତିପୂର୍ଣ ଆନ୍ଦୋଳନ: ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପ୍ରାଥମିକ ଶିକ୍ଷକମାନଙ୍କ ନାର୍ଯ୍ୟ ଦାବି ଗୁଡିକୁ ରାଜ୍ୟ ସରକାର ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ଚାଲୁଛନ୍ତି. ଏହି ଦାବି ଗୁଡିକୁ ତୁରନ୍ତ ପୁରଣ କରାନଗଲେ ବିଧାନସଭାର ଆଗାମୀ ଶୀତ ଅଧିବେଶନରେ ଶିକ୍ଷକମାନେ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି
ଗଜପତି ଜିଲ୍ଲା ପ୍ରାଥମିକ ଚିକିତ୍ସା ସଂଘ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି. ରାଜ୍ୟ ଶିକ୍ଷା ନିଁର୍ଧେଶକଙ୍କ ଚିଠି ପ୍ରକାରେ ସମସ୍ତ ଜିଲ୍ଲାରେ ଶିକ୍ଷକ ପଦୋନ୍ନତି ହୋଇଯାଇଥିଲେ ସୁଧା ଗଜପତି ଜିଲ୍ଲାରେ କୋଉ କାରଣରୁ ବ୍ଲକ ଗୁଡିକ ନିର୍ଦ୍ଧାରିତ ତାରିଖ ସୁଧା ତାଲିକା ପଠାଇ ନାହାନ୍ତି, ତାର ଅନୁସନ୍ଧାନ ହେବା ଆବଶ୍ୟକ ବୋଲି ସଙ୍ଘ ଦାବୀ କରିଛି. କିଛି ବ୍ଲକ ରେ କାର୍ଯ୍ୟାଳୟ ଗୁଡିକ ଦାୟୀତ୍ୱରେ ଡେପୁଟେସନ ଥିବା ଶିକ୍ଷକ ମାନେ ଜାଣି ଶୁଣି ଅବହେଳା କରି ଶିକ୍ଷା ପ୍ରଶାସନ କୁ ବଦନାମ କରୁଥିବା ରୁ ଜିଲ୍ଲା ଶିକ୍ଷା ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପଦୋନ୍ନତି ତାଲିକା ପ୍ରକାଶ କରିବା କୁ ସଙ୍ଘ ଦାବୀ କରିଛି. ଗତ 21/8/25 ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ରକାରେ 6 ଟି ନୋଶନାଲ ଇନ୍କ୍ରିମେଣ୍ଟ ସହ 6 ବର୍ଷ କାର୍ଯ୍ୟକୁ ମୂଳ ଚାକିରୀରେ ଯୋଡିବା,କ୍ୟାଡର ରୁଲ ସଂଶୋଧନ କରି 34,500/ ଦରମା ସହ ଗ୍ରେଡ଼ ପେ ଦାବୀ, ଜାତୀୟ ଶିକ୍ଷା ନୀତି ପ୍ରକାରେ ଶିକ୍ଷକଙ୍କ ସମସ୍ତ ସୁବିଧା ଯୋଗାଇବା କୁ ଦାବୀ ହୋଇଛି, ନଚେତ ମୌସୁମୀ ଅଧିବେଶନ ବେଳେ ପୁଣି ରାଜ ମାର୍ଗ କୁ ଶିକ୍ଷକ ସଙ୍ଘ ଆସିବ ବୋଲି କହିଛି. ଉପ ସଭାପତି ବି ଗୋପାଳ ରାଓ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ବୈଠକ ରେ ବହୂ ଶିକ୍ଷକ କାର୍ଯ୍ୟ କର୍ତା ଆର. ମଧୁ କୁମାର, ଜେ. ଲୋକନାଥ, ଭାଗିରଥି ନାୟକ. ମାଣ୍ଡୁଲା ଉମା ପତି, ପ୍ରଭାତ ପାଢ଼ୀ ଯୋଗ ଦେଇଥିଲେ. ଶିକ୍ଷକ ଙ୍କ ସମସ୍ତ ଦାବୀ ପୂରଣ ପାଇଁ ସରକାର ନିଷ୍ପତି ନ ନେଲେ ଦୃଢ଼ ଭାବେ ବିରୋଧ କରାଯିବ ବୋଲି ସଭାପତି ଜଗଦୀଶ ପାତ୍ର କହିଛନ୍ତି. ଆଗାମୀ ଏକ ସପ୍ତାହ ଭିତରେ ଜିଲ୍ଲା ରେ ପଦୋନ୍ନତି ନ ହେଲେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସଙ୍ଘ ଘୋଷଣା କରିଛି।


