ପୋଲିସ ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ

ଧାମନଗର (ଓ୍ବାଇଏନଏସ): ଧାମନଗର ସରକାରୀ ପିଏମଶ୍ରୀ ଉଚ୍ଚ ବିଦ୍ୟାଳୟ ଏବଂ ଷେଣ୍ଢପୁର ହାଇସ୍କୁଲ ପରିସରରେ ଧାମନଗର ପୋଲିସ ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଏହି ଅବସରରେ ଧାମନଗର ଥାନା ଶୁଭ୍ରଜିତ ଦାଶଙ୍କ ତତ୍ତ୍ୱାବଧାନରେ ଏଥିରେ ଏସଡିପିଓ ବିଷ୍ଣୁ ଚରଣ ବାରିକ ଯୋଗ ଦେଇ ନିଶାମୁକ୍ତ ଓଡ଼ିଶା’ ଗଠନ ପାଇଁ ଶପଥ ଗ୍ରହଣ କରିଥିବା ବେଳେ ‘ନିଶାକୁ ନା,ଜୀବନକୁ ହଁ’ ବାର୍ତ୍ତାକୁ ପ୍ରାଧାନ୍ୟ ଦିଆଯାଇଥିଲା। ଯୁବପିଢ଼ି ନିଶା ସେବନଠାରୁ ଦୂରେଇ ସୁସ୍ଥ ଓ ଶୃଙ୍ଖଳିତ ଜୀବନଶୈଳୀ ଆପଣାଇବାକୁ ପୋଲିସ ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଥିଲା। ଯେଉଁ ମାନେ ନିଶା କାରବାର କରୁଛନ୍ତି ସେମାନଙ୍କୁ ଟାରଗେଟ କରିବୁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।ଏଥିସହିତ ଯେଉଁ ମାନେ ପଛପଟରୁ ଥାଇ ଅର୍ଥ ବ୍ୟୟବରାଦ କରୁଛନ୍ତି ତାଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛନ୍ତି। ଏଥିସହିତ ଧାମନଗର ଅଞ୍ଚଳରେ ନିଶାମୁକ୍ତ କରାଯିବା ବୋଲି ଆଇଆଇସି ଶୁଭ୍ରଜିତ ଦାଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମୀର ଗୋସ୍ୱାମୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ,ଅଭିଭାବକ, ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ,ସ୍ଥାନୀୟ ଜନସାଧାରଣଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ।ଏସଆଇ ନାରାୟଣ ନାୟକ,ରସ୍ମିତା ମଲ୍ଲିକ, ଏଏସଆଇ ନରେନ୍ଦ୍ର ରାଉତ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ